ତେଲ୍ ଆଭିଭି: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରକାଶଥାଉକି, ଆଉ କିଛି ଦିନ ପରେ ନେତ୍ୟାନେହୁଙ୍କ ସରକାରକୁ 2 ବର୍ଷ ପୂରଣ କରିଥାନ୍ତା । ପ୍ଯାରିସ୍ ସ୍କୋୟାରରେ ପ୍ରାୟ 20 ହଜାର ଲୋକ ଏକାଠି ହୋଇଥିଲେ । ଜୁଲାଇ 2020 ରେ ସାପ୍ତାହିକ ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ଏହା ହେଉଛି ନେତ୍ୟାନେହୁ ବିରୋଧୀ ସର୍ବବୃହତ ବିରୋଧ ପ୍ରଦର୍ଶନ ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବିରୋଧରେ ପ୍ରଦର୍ଶନ ଜାରି - ନେତ୍ୟାନେହୁଙ୍କ ବିରୋଧରେ ପ୍ରଦର୍ଶନ ଜାରି
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରକାଶଥାଉକି, ଆଉ କିଛି ଦିନ ପରେ ନେତ୍ୟାନେହୁ ସରକାରକୁ 2 ବର୍ଷ ପୂରଣ ହୋଇଥାନ୍ତା ।
![ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ବିରୋଧରେ ପ୍ରଦର୍ଶନ ଜାରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ ଜାରି](https://etvbharatimages.akamaized.net/etvbharat/prod-images/768-512-11094216-411-11094216-1616308550012.jpg)
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ ଜାରି
ନେତ୍ୟାନେହୁ ସରକାର ପତନ ପରେ ଆସନ୍ତା ସପ୍ତାହରେ 24ତମ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ 2019ରୁ ଇସ୍ରାଏଲ ନିସେଟ୍ ଅର୍ଥାତ ଇସ୍ରାଏଲ ସଂସଦୀୟ ନିର୍ବାଚନ ଜାରି ରହିଛି । 2 ଥର ବିଜୟୀ ଦଳ ସରକାର ଗଠନରେ ଫେଲ୍ ମାରିଥିଲା । ମାର୍ଚ୍ଚ 2020ରେ ଶେଷ ଥର ନିର୍ବାଚନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ