ତେଲଅବିବ: କୋରୋନା କାରଣରୁ ଲକଡାଉନ୍ ସାରା ବିଶ୍ବରେ ଜାରି ରହିଛି | ଅନେକ ଦେଶରେ କଠୋର ନିୟମ ଲାଗୁ ହୋଇଛି | ଏଥିରେ ଇସ୍ରାଏଲ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯେଉଁଠାରେ କୋରୋନାକୁ ପରାସ୍ତ କରିବାକୁ କଡା ପ୍ରତିବନ୍ଧକ ରହିଛି | କିନ୍ତୁ, ଏହି ପ୍ରତିବନ୍ଧକ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ପ୍ରାୟ 10,000 ଲୋକ ରାସ୍ତାରେ ଏକାଠି ହୋଇଥିଲେ | ସେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିପକ୍ଷରେ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ମାସ୍କ ପିନ୍ଧି ଦୁଇ ମିଟର ଦୂରତା ଅବଲମ୍ବନ କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ହାତରେ କଳା ପତାକା ଥିଲା ଏବଂ ସରକାର ବିରୋଧୀ ସ୍ଲୋଗାନ ଲେଖା ଥିବା ପ୍ଲାକାଡ ପ୍ରଦର୍ଶିତ ହେଉଥିଲା ।
ଦେଶରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । କିନ୍ତୁ ପରସ୍ପରଠାରୁ ଦୂରତା ସୃଷ୍ଟି କରି ଏବଂ ମାସ୍କ ପିନ୍ଧି ପ୍ରଦର୍ଶନ କରିପାରିବା ଅଧିକାର ରହିଛି ବୋଲି ସେମାନେ କହିଛନ୍ତି | ଆମେ ନିୟମ ଅନୁସରଣ କରୁଛୁ ।