ଓଡିଶା

odisha

ETV Bharat / international

କୋରୋନା ସହ ଲଢିପାରେ ନୂତନ ଆବିଷ୍କୃତ ଏହି 6ଟି ଡ୍ରଗ୍ସ, ଜାଣନ୍ତୁ କ'ଣ ? - ଡ୍ରଗ୍ସ

କୋରୋନା ମୁକାବିଲା ପାଇଁ ସାରା ବିଶ୍ବରେ ଚାଲିଛି ଗବେଷଣା ଓ ଅଧ୍ୟୟନ । ତଥାପି ମିଳିପାରୁନାହିଁ ଏହି ମହାମାରୀର ପ୍ରତିକାର ।

COVID-19, corona fight, coronavirus news, drugs for corona fight,drugs,  କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ମୁକାବିଲା ପାଇଁ ଡ୍ରଗ୍ସ, ଡ୍ରଗ୍ସ, କୋରୋନା ମୁକାବିଲା
କୋରୋନା ସହ ଲଢିପାରେ ଏହି ନୂତନ ଆବିଷ୍କୃତ 6ଟି ଡ୍ରଗ୍ସ

By

Published : Apr 10, 2020, 10:17 PM IST

ମେଲବୋର୍ଣ୍ଣ: କୋରୋନା ମୁକାବିଲା ପାଇଁ ସାରା ବିଶ୍ବରେ ଚାଲିଛି ଗବେଷଣା ଓ ଅଧ୍ୟୟନ । ତଥାପି ମିଳିପାରୁନାହିଁ ଏହି ମହାମାରୀର ପ୍ରତିକାର । ପ୍ରତିବଦଳରେ ପ୍ରତିଦିନ ଗଡିବାରେ ଲାଗିଛି ହଜାର ହଜାର ମୁଣ୍ଡ । ତେବେ ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ କ୍ବିନ୍ସଲ୍ୟାଣ୍ଡର ପ୍ରଫେସର ଏନେଇ ଦେଇଛନ୍ତି କିଛି ମହତ୍ତ୍ବପୂର୍ଣ୍ଣ ତଥ୍ୟ ।

ସେ କହିଛନ୍ତି କି ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଯାହାକୁ ନେଇ ସାରା ଦେଶ ଏବେ ନିଜ ସାମର୍ଥ୍ୟ ଅନୁଯାୟୀ ସମାଧାନ କାଢିବାରେ ବ୍ୟସ୍ତ । ଏମିତିରେ 10,000 ଯୌଗିକ କଣିକାକୁ ନେଇ 6ଟି ଡ୍ରଗର ସନ୍ଧାନ କରିଛନ୍ତି ୟୁନିଭର୍ସିଟି ଅଫ କ୍ବିନ୍ସଲ୍ୟାଣ୍ଡର ପ୍ରଫେସର ଲ୍ୟୁକ ଗଡ୍ଡଟ । ସେ କହିଛନ୍ତି କୋରୋନା ଭୂତାଣୁ ଦ୍ବାରା ସଂକ୍ରମଣର ଲକ୍ଷଣ ଦେଖି ଏହି ଡ୍ରଗ୍ସ ପ୍ରସ୍ତୁତ କରାଯାଇଛି । ଏହାକୁ ଉଭୟ ଲାବ୍ରୋଟୋରୀ ଓ କମ୍ପ୍ୟୁଟର ସଫ୍ଟଓୟାର ଦ୍ବାରା ପରୀକ୍ଷା କରାଯାଇଛି ।

ତେବେ ପରୀକ୍ଷଣରୁ ଜଣାପଡିଛି କି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଏହି ସଂକ୍ରମଣ କମ କରିଥାଏ । ତେଣୁ ଏହି ଡ୍ରଗ୍ସରେ ରୋଗ ପ୍ରତିରୋଧକ ଶକ୍ତିକୁ କିପରି ବଢାଯାଇ ଭୂତାଣୁକୁ ନଷ୍ଟ କରାଯାଇପାରିବ ସେ ଉପରେ ଗୁରୁତ୍ବାରୋପ କରାଯାଇଛି । ତେଣୁ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଡ୍ରଗ୍ସ ପ୍ରାଥମିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଗକୁ ଏହାକୁ ଆଣ୍ଟିଭାଇରାଲ ଆକାରରେ ପରୀକ୍ଷା କରାଯିବ । ପରେ ଏହାକୁ ଲୋକଙ୍କ ବ୍ୟବହାର ପାଇଁ ଲଞ୍ଚ କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଡ୍ଡଟ ।

ABOUT THE AUTHOR

...view details