ଓଡିଶା

odisha

ETV Bharat / international

ତୁର୍କିର ରକେଟ ଆକ୍ରମଣରେ 19 ସିରିଆ ସୈନିକ ନିହତ - ତୁର୍କିର ରକେଟ ଆକ୍ରମଣ

ସିରିଆ ସେନା ବେସ ଉପରେ ତୁର୍କିର ରକେଟ ମାଡ । 19 ସିରିଆ ସୈନିକ ନିହତ । ଅଧିକ ପଢନ୍ତୁ...

ତୁର୍କିର ରକେଟ ଆକ୍ରମଣରେ 19 ସିରିଆ ସୈନିକ ନିହତ
ତୁର୍କିର ରକେଟ ଆକ୍ରମଣରେ 19 ସିରିଆ ସୈନିକ ନିହତ

By

Published : Mar 2, 2020, 4:31 AM IST

ଡାମାସସ୍କସ: ସିରିଆର ଇଦଲିବରେ ତୁର୍କିର ରକେଟ ରକେଟ ଆକ୍ରମଣ କରିଛି । ଏହି ଆକ୍ରମଣରେ ସିରିଆ ସୈନ୍ୟବାହିନୀର 19 ସୈନିକ ନିହତ ହୋଇଛନ୍ତି । ତୁର୍କି ଓ ସିରିଆ ମଧ୍ୟରେ ଚାଲିଥିବା ଅଶାନ୍ତିକୁ ନେଇ ତୁର୍କି ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ମୃତକ 19 ସିରିଆ ସୈନିକ ଜବଲ ଅଲ ଜାଓ୍ବିଆ ଏବଂ ମରେଟ ଅଲ ନୁଆନ ସହରର ସ୍ଥିତ ସେନା ବେସର ହୋଇଥିବା ସିରିଆର ମାନବାଧିକାର ଆୟୋଗ ପପକ୍ଷରୁ କୁହାଯାଇଛି । ରକେଟ ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ସିରିଆର 2ଟି ଯୁଦ୍ଧ ବିମାନ ଉପରେ ଆକ୍ରମଣ କରି ଏହାକୁ ଧ୍ବଂସ କରିଦେିଥିଲା ତୁର୍କି ।

ଗତ ସପ୍ତାହରେ ହୋଇଥିବା ଏକ ଏୟାର ଷ୍ଟ୍ରାଇକରେ 34 ଜଣ ତୁର୍କି ସୈନ୍ୟ ନିହତ ହୋଇଥିଲେ । ଏନେଇ ସିରିଆକୁ ଦାୟି କରିଥିଲା ତୁର୍କି । ଏହି ଘଟଣା ପରେ ତୁର୍କି ଋଷିଆ ସମର୍ଥିତ ସିରିଆ ସୁରକ୍ଷା ବଳଙ୍କ ବିରୋଧରେ ଯୁଦ୍ଧ ଅଭିଯାନ ଆରମ୍ଭ ନେଇ ସ୍ପଷ୍ଟ କରିଥିଲା ।

@ANI

ABOUT THE AUTHOR

...view details