ତେହରାନ: ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖମାନେଇ ଶୁକ୍ରବାର ଇସ୍ରାଏଲକୁ ଟାର୍ଗେଟ କରି ଏହାକୁ ‘କ୍ୟାନ୍ସର ଟ୍ୟୁମର’ ବୋଲି କହିଛନ୍ତି। ପାଲେଷ୍ବିନିଆନସୀଙ୍କୁ ସମର୍ଥନରେ ଭାଷଣ ଦେଇ ଏକଥା କହିଛନ୍ତି ସେ । ଇସ୍ରାଏଲ ମଧ୍ୟପୂର୍ବର ଇରାନର ସବୁଠାରୁ ବଡ ଶତ୍ରୁ ।
ଇସ୍ରାଏଲକୁ ‘କ୍ୟାନ୍ସର ଟ୍ୟୁମର’ କହିଲା ଇରାନ - ଇସ୍ରାଏଲକୁ ‘କ୍ୟାନ୍ସର ଟ୍ୟୁମର’ କହିଲା ଇରାନ
ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖମାନେଇ ଶୁକ୍ରବାର ଇସ୍ରାଏଲକୁ ଟାର୍ଗେଟ କରି ଏହାକୁ ‘କ୍ୟାନ୍ସର ଟ୍ୟୁମର’ ବୋଲି କହିଛନ୍ତି।
‘କୁଡ୍ସ ଦିବସ’ ଅବସରରେ ଖାମନେଇ ଏହି ଭାଷଣ ଦେଇଥିଲେ, ଯେଉଁଥିରେ ତେହେରାନ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଏକ ସରକାରୀ ସମର୍ଥିତ ପ୍ରଦର୍ଶନ ଦେଖିବାକୁ ମିଳିଥାଏ। ଯରୁଶାଲମର ଆରବୀୟ ନାମ ହେଉଛି ‘ଅଲ-କୁଡସ୍’ । ଏହାକାରଣରୁ ସେ ଦେଶକୁ ନେଇ 30ମିନିଟ ଭାଷଣ ଦେଇଥିଲେ । କୋରନା ଭାଇରସ କାରଣରୁ ଇରାନ ପ୍ରଦର୍ଶନକାରୀଙ୍କୁ ଘରେ ରହିବାକୁ ହିଁ ଆହ୍ବାନ ଦେଇଛି ।
ନିଜ ଭାଷଣରେ ଅନେକ ଥର ସେ ଇସ୍ରାଏଲକୁ କ୍ୟାନ୍ସର ଟ୍ୟୁମର ବୋଲି କହିଛନ୍ତି । ଏହାସହ ଇସ୍ରାଏଲକୁ ସୈନ୍ୟ ସହାୟତା ନେଇ ଆମେରିକା ଓ ଅନ୍ୟ ପଶ୍ଚିମଦେଶକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଗତ କିଛି ଦିନ ତଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ସାଇବର୍ ଆଟାକ୍ କୁ ନେଇ ଦ୍ବନ୍ଦ ଦେଖାଦେଇଥିଲା । ଇସ୍ରାଏଲ କହିଥିଲା କି ଅନେକ ୱେବସାଇଟରେ ସାଇବର୍ ଆଟାକ କରଯାଇଛି ।
TAGGED:
israel as cancer tumor