କାଇରୋ: ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଦାନର ଏକ ସାମରିକ ହେଲିକପ୍ଟର । ଇଥିଓପିଆନ ସୀମାନ୍ତରେ ଥିବା ପୂର୍ବ ପ୍ରଦେଶର ବିମାନବନ୍ଦରରୁ ହେଲିକପ୍ଟରଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ମୃତାହତଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ନେଇ ଉଡାଣ ଭରିଥିବା ସୁଦର୍ଶନ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ହୋଇନାହିଁ । ସୁଦାନର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ହେଲିକପ୍ଟରଟି ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ହେଲିକପ୍ଟରଟି ଖସି ପଡିଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା ।