ରିୟାଦ: ଆଗକୁ ଆସୁଛି ପ୍ରସିଦ୍ଧା ହଜ୍ ଯାତ୍ରା । ଏନେଇ ସାଉଦି ଆରବରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ନେଇ ସୋମବାର ପ୍ରକାଶ ପାଇଛି । କୋରୋନା ମହାମାରୀ ସତ୍ତ୍ବେ ହଜ୍ର ଆୟୋଜନ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଓ ଅନ୍ୟାନ୍ୟ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ସାଉଦି ଆରବ ପକ୍ଷରୁ ସୂତନା ଦିଆଯାଇଛି। ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ହଜ ସୁରକ୍ଷା ବଳ କମାଣ୍ଡର ଜାୟେଦ ଅଲ ତୁୱାଇଲାନ ।
ସେ କହିଛନ୍ତି କି କିଛି ଦିନ ପରେ ଆୟୋଜିତ ହେବାକୁ ଥିବା ହଜ୍ ଯାତ୍ରାରେ ତୀର୍ତଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବାକୁ ବସିଛି । ସେ ଏହା ମଧ୍ୟ କହିଛନ୍ତି କି ଚଳିତବର୍ଷର ଯାତ୍ରାରେ 70 ଜଣ ବିଦେଶୀ ତୀର୍ଥଯାତ୍ରୀଙ୍କ ସମେତ 160ଟି ଦେଶର ତୀର୍ଥଯାତ୍ରୀ ସାମିଲ ହେବେ । ଚଳିତବର୍ଷ କୋରୋନା ମହାମାରୀ ପାଇଁ ସ୍ଥିତି ଗମ୍ଭୀର ରହିଥିବା ବେଳେ ମକ୍କା ସହରରେ ମଧ୍ୟ କୋରୋନା ସ୍ଥିତି ଭୟଙ୍କର ରହିଛି । ଏମିତିରେ ସମ୍ପୂର୍ଣ୍ଣ ସୁରକ୍ଷିତ ପଦକ୍ଷେପ ସହ ହଜ୍ ଯାତ୍ରାର ଆୟୋଜନ ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ବୋଲି ସେ ପ୍ରକାଶ କରିଛନ୍ତି ।