ଓଡିଶା

odisha

ETV Bharat / international

ଆମେରିକାରେ ତାଲିମ ନେଇଥିଲେ ସାମ୍ବାଦିକ ଖାଶୋଗିଙ୍କ ହତ୍ୟାକାରୀ - ସାମ୍ବାଦିକ ଖାଶୋଗି

କେତେକ ଆମେରିକୀୟ ଓ ସାଉଦିଙ୍କ ମତରେ ସାଉଦି ରାପିଡ ଇଣ୍ଟରଭେନସନ ଗ୍ରୁପର ସଦସ୍ୟ ଖାଶୋଗିଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ସେମାନେ ଆମେରିକାରେ ତାଲିମ ନେଇଥିଲେ । ଏତେବଡ ସାମ୍ବାଦିକଙ୍କୁ ହତ୍ୟା କରିବା ପାଇଁ ଅନେକ ଆଗରୁ ପ୍ଲାନ ହୋଇଥିଲା।

ଫାଇଲ ଫଟୋ

By

Published : Apr 1, 2019, 2:24 PM IST

ୱାଶିଂଟନ୍‌: ବହୁଚର୍ଚ୍ଚିତ ସାଉଦି ସାମ୍ବାଦିକ ଜମାଲ ଖାଶୋଗିଙ୍କ ହତ୍ୟା ଉପରେ ଆସିଛି ନୂଆ ରିପୋର୍ଟ। ଖାଶୋଗିଙ୍କ ହତ୍ୟାକାରୀ ଆମେରିକାରେ ତାଲିମ ନେଇଥିଲେ ବୋଲି ‘ୱାଶିଂଟନ୍‌ ପୋଷ୍ଟ’ ସୂଚନା ଦେଇଛି। ଏଥିରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଖାଶୋଗିଙ୍କୁ ସାଉଦି ଆରବର ଏକ ଟିମ ହତ୍ୟା କରିଥିଲେ। ଏହି ଟିମର ସଦସ୍ୟ ଆମେରିକାରୁ ତାଲିମପ୍ରାପ୍ତ ଥିଲେ ବୋଲି ଏଥିରେ ପ୍ରକାଶ ପାଇଛି।

ଗତବର୍ଷ ଅକ୍ଟୋବର 2ରେ ଖାଶୋଗିଙ୍କୁ ରିୟାଧରୁ ଯାଇଥିବା ୧୫ ଜଣିଆ ଟିମ ହତ୍ୟା କରିଥିଲେ। ଖାଶୋଗି ସେତେବେଳେ ଇସ୍ତାନବୁଲ ସ୍ଥିତ ସାଉଦି କନସୁଲେଟ୍‌ ମଧ୍ୟରେ ଥିଲେ। ତେବେ ତାଙ୍କର ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା। ଖାଶୋଗି ସାଉଦି ଶାସନର ଜଣେ ଦୃଢ ସମାଲୋଚକ ଭାବେ ପରିଚିତ ଥିଲେ।

କେତେକ ଆମେରିକୀୟ ଓ ସାଉଦିଙ୍କ ମତରେ ସାଉଦି ରାପିଡ ଇଣ୍ଟରଭେନସନ ଗ୍ରୁପର ସଦସ୍ୟ ଏହି ହତ୍ୟା କରିଥିଲେ। ଏଥିପାଇଁ ସେମାନେ ଆମେରିକାରେ ତାଲିମ ନେଇଥିଲେ। ଏତେବଡ ସାମ୍ବାଦିକଙ୍କୁ ହତ୍ୟା କରିବା ପାଇଁ ଅନେକ ଆଗରୁ ପ୍ଲାନ ହୋଇଥିଲା ବୋଲି ୱାଶିଂଟନ୍‌ ପୋଷ୍ଟରେ ସୂଚନା ଦିଆଯାଇଛି।

ପ୍ରଥମେ ଏହି ହତ୍ୟାକାଣ୍ଡକୁ ସାଉଦି ଆରବ ଅସ୍ବୀକାର କରିଥିଲା। ପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପ୍ରୟୋଗ ହେବା ପରେ ଏହାକୁ ମାନିଥିଲା। ହେଲେ ଏହାର ଖୁଲାସା ନେଇ ସଠିକ୍‌ ତଦନ୍ତ ହୋଇନଥିଲା। ତେବେ ୱାଶିଂଟନ୍‌ ପୋଷ୍ଟ ପକ୍ଷରୁ ସମସ୍ତ ତଥ୍ୟ ଓ ପାରିପାର୍ଶ୍ବିକ ଅବସ୍ଥାକୁ ଭଲ ଭାବେ ଅନୁଧ୍ୟାନ କରି ଏହି ତଥ୍ୟ ପ୍ରଦାନ କରାଯାଇଛି।

ଏଥିରେ ଲେଖାଯାଇଛି ଯେ ଖାଶୋଗିଙ୍କୁ ଅପହରଣ କରି ତାଙ୍କୁ ପଚରାଉଚୁରା କରିବାକୁ ସାଉଦି ଆରବ ନେବାର ଯୋଜନା ଥିଲା। ତେବେ ସେଥିରେ ବିଫଳ ହୋଇ ତାଙ୍କୁ ହତ୍ୟା କରାଯାଇଥିଲା।

ABOUT THE AUTHOR

...view details