ଓଡିଶା

odisha

ସାଉଦି ଆରବ ସରକାରଙ୍କ ବଡ ଘୋଷଣା: ହଜ ଯାତ୍ରାକୁ ଦେଲେ ଅନୁମତି

By

Published : Jul 23, 2021, 10:44 PM IST

ମହାମାରୀ ଭିତରେ ସାଉଦି ଆରବ ସରକାର ଏକ ବଡ ଘୋଷଣା କରିଛନ୍ତି । ହଜ ଯାତ୍ରାକୁ ଅନୁମତି ଦେଲେ ସରକାର । ଅଧିକ ପଢନ୍ତୁ...

Saudi announces Hajj season free from Covid-19
ସାଉଦି ଆରବ ସରକାରଙ୍କ ବଡ ଘୋଷମା :Hajj ଯାତ୍ରାକୁ ଦେଲେ ଅନୁମତି

ରିୟାଧ:ଦେଶରେ କାୟା ମେଲାଇଛି କୋରୋନା । ମହାମାରୀର ପ୍ରକୋପ ଥିବାରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ କରାଯାଉ ଥିବା ବେଳେ ଆଉ କେତେକ କାର୍ଯ୍ୟକ୍ରମକୁ ସୀମିତ ଲୋକଙ୍କୁ ନେଇ କେବଳେ ରିତିନୀତି ରକ୍ଷା ପାଇଁ କରାଯାଉଛି । କିନ୍ତୁ ମହାମାରୀ ଭିତରେ ସାଉଦି ଆରବ ସରକାର ଏକ ବଡ ଘୋଷଣା କରିଛନ୍ତି । ମୁସଲିମ ଧର୍ମାବଲମ୍ବୀମାନେ ହଜ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।

ଏନେଇ ସାଉଦି ସ୍ବାସ୍ଥ୍ୟମନ୍ତ୍ରୀ ତଫିକ ଆଲ ରବିଆ ପ୍ରତିକ୍ରିୟା ରଖିଛନ୍ତି । ମୁସଲାମ ଧର୍ମର ପବିତ୍ର ଧାର୍ମିକସ୍ଥଳୀ ସାଉଦି ଆରବରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏ-ନେଇ ଧାର୍ମିକ ସ୍ଥଳୀରେ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ୍ବୁଲାନ୍ସ ସହିତ ଏକ ଡାକ୍ତରୀ ଟିମ ମଧ୍ୟ ସେଠାରେ ରହିବେ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହଜ୍ ଯାତ୍ରାରେ କେବଳ ସ୍ଥାନୀୟ ତୀର୍ଥଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ରହିଛି । 60,000 ତୀର୍ଥଯାତ୍ରୀ ହଜ ଯାତ୍ରା କରିପାରିବେ । ଲଗାତାର ଦ୍ବିତୀୟ ବର୍ଷ ପାଇଁ ସାଉଦି ଆରବରେ କେବଳ ସ୍ଥାନୀୟ ତୀର୍ଥଯାତ୍ରୀମାନଙ୍କୁ କୋଭିଡ କଟକମା ମଧ୍ୟରେ ହଜ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ତଥା 2020 ରେ ବାହାର ଦେଶର ଶ୍ରଦ୍ଧାଳୁଙ୍କ ପାଇଁ ବାର୍ଷିକ ହଜ ତୀର୍ଥଯାତ୍ରା ବାତିଲ କରାଯାଇଥିଲା । କିନ୍ତୁ ଚଳିତବର୍ଷ ହଜ ଯାତ୍ରାକୁ ଅନୁମତି ମିଳିଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି ସାଉଦି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details