ଅଙ୍କାର: ତୁର୍କୀର ୱାନ୍ ପ୍ରଦେଶରେ ଏକ ଅନୁସନ୍ଧାନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ 7 ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ମନ୍ତ୍ରୀ ସୁଲେମାନ ସୋଏଲୁ ଗୁରୁବାର ସୂଚନା ଦେଇଛନ୍ତି ।
ତୁର୍କୀରେ ବିମାନ ଦୁର୍ଘଟଣା, 7 ସୁରକ୍ଷାକର୍ମୀ ମୃତ - ତୁର୍କୀ
ତୁର୍କୀର ୱାନ୍ ପ୍ରଦେଶରେ ଏକ ଅନୁସନ୍ଧାନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ 7 ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ଜଣାପଡିଛି ।

ବିମାନ ଦୁର୍ଘଟଣା
ସୂଚନା ମୁତାବକ, ବିମାନଟି ବୁଧବାର ବିଳମ୍ବିତ ରାତିରେ ପ୍ରାୟ 2200 ମିଟର ଉଚ୍ଚତାରୁ ମାଉଣ୍ଟ ଆର୍ଟୋସ ଉପରେ ଖସିପଡିଥିଲା । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି । ବିମାନର ଉଭୟ ପାଇଲଟ ଶେଷଥର ପାଇଁ ବୁଧବାର ରାତି 10.32 ମିନିଟ ସମୟରେ ଟାୱାର ସହ ଯୋଗାଯୋଗ କରିଥିଲେ । ଏହାର 15 ମିନିଟ ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇପାରିନଥିଲା ।
ବିମାନଟି ଗତ ସୋମବାର ଠାରୁ ୱାନ ଏବଂ ପଡୋଶୀ ହକ୍କରୀ ପ୍ରଦେଶରେ ଅନୁସନ୍ଧାନ ଏବଂ ତଦାରଖ ପାଇଁ ମିଶନରେ ଯାଇଥିଲା।