ଭ୍ଲାଡିଭୋଷ୍ଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରଳତାର ଅନ୍ୟ ଏକ ଉଦାହରଣ ଦେଖାଇଛନ୍ତି । ଋଷ ଗସ୍ତରେ ଯାଇଥିବା ମୋଦି ଏକ ଫଟୋ ସେସନ ବେଳେ ତାଙ୍କ ବସିବା ପାଇଁ ସ୍ବତନ୍ତ୍ର ସୋଫାର ବ୍ୟବସ୍ଥା କରାଯାଇଥିଲା । ହେଲେ ସେ ସୋଫାକୁ ହଟାଇବାକୁ ଅଧିକାରୀଙ୍କୁ କହିଥିଲେ। ଏହାପରେ ଅନ୍ୟମାନଙ୍କ ସହ ସାଧାରଣ ଚେୟାରରେ ବସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।
ମୋଦିଙ୍କ ସରଳତା: ସୋଫାରେ ନ ବସି ଚେୟାରରେ ବସିଲେ
ଋଷ ଗସ୍ତ ସମୟରେ ଏକ ଫଟୋ ସେସନ ବେଳେ ମୋଦିଙ୍କ ପାଇଁ ସୋଫା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ଚେୟାରରେ ବସିଛନ୍ତି । ଏହି ଘଟଣାକୁ ପୀୟୂଷ ଗୋଏଲ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।
ଫଟୋ ସୌଜନ୍ୟ: ଟ୍ବିଟର/@PiyushGoyal
ଏହାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ନିଜ ଟ୍ବିଟରରେ ଉଲ୍ଲେଖ କରିବା ସହ ଭିଡିଓ ସେୟାର କରିଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ‘ମୋଦିଜୀଙ୍କର ସରଳତାର ଅନ୍ୟ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ସେ ତାଙ୍କ ପାଇଁ କରାଯାଇଥିବା ବିଶେଷ ବ୍ୟବସ୍ଥାକୁ ହଟାଇବା ସହ ଅନ୍ୟମାନଙ୍କ ସହ ସାଧାରଣ ଚେୟାରରେ ବସିଛନ୍ତି । ’