ସିଓଲ: କିଛିଦିନ ଧରି ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କୁ ନେଇ ନାନା ପ୍ରକାରର ଖବର ସାମ୍ନାକୁ ଆସୁଛି । କେତେବେଳେ ସେ ମରିଯାଇଥିବା ଆମେରିକା ଦାବି କରିଛି ତ କେତେବେଳେ ସେ କ୍ୟାମେରାରେ କଏଦ ହେଉଛନ୍ତି । ତେବେ ପୁଣି ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । କିମ ଜଙ୍ଗ ଉନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ମୌଖିକ ବାର୍ତ୍ତା ପଠାଇଛନ୍ତି । ତେବେ ଏହା କେତେ ଦୂର ସତ ତାହା ଜଣାପଡି ନାହିଁ । କିନ୍ତୁ ଗଣ ମାଧ୍ୟମରେ ଏନେଇ ବିଶେଷ ଚର୍ଚ୍ଚା ହେଉଛି ।
ଜିନପିଙ୍ଗଙ୍କୁ ମୌଖିକ ବାର୍ତ୍ତା ପଠାଇଛନ୍ତି କିମ ଜଙ୍ଗ ଉନ ! - North Korea's Kim Jong Un
ପୁଣି ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗଙ୍କୁ ମୌଖିବ ବାର୍ତ୍ତା ପଠାଇଥିବା ନେଇ ଖବର ପ୍ରକାଶ ପାଇଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା ଜଣାପଡିନାହିଁ ।

ତେବେ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ, ମୌଖିକ ବାର୍ତ୍ତା କଣ ଥିଲା । ବା ଏହା ସ୍ପଷ୍ଟ ହୋଇନାହିଁ ଯେ, କିମ ଜଙ୍ଗ ଉନ ଓ ଜିନପିଙ୍ଗ ସିଧାସଳଖ କଥା ହୋଇଛନ୍ତି । ହେଲେ କୁହାଯାଇଛି ଯେ, କୋଭିଡ-19 ଉପରେ ଚୀନ ନିୟନ୍ତ୍ରଣ କରିଛି ବୋଲି ଯେଉଁ ଦାବି କରୁଛି ଏହାକୁ ନେଇ କିମ ଜଙ୍ଗ ଉନ, ଜିନ ପିଙ୍ଗଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ସେପଟେ ଏପ୍ରିଲ 15 ରେ ଯେବେ ଉତ୍ତର କୋରିଆର ପ୍ରତିଷ୍ଠାତା ତଥା କିମ ଜଙ୍ଗ ଉନଙ୍କ ଜେଜେବାପାଙ୍କ ଜନ୍ମ ଦିନ ଥିଲା ସେବେଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ନାନା ପ୍ରକାରର ଗୁଜବ ସାମନାକୁ ଆସୁଛି । ସେପଟେ ଦୀର୍ଘ ସମୟ ଧରି ସେ ଅଦୃଶ୍ୟ ରହିଥିବା ମଧ୍ୟ ଏହି ଗୁଜବକୁ ବିଶ୍ବାସ କରିବାକୁ ବାଧ୍ୟ କରୁଥିଲା । ପୁଣି ହଠାତ 20 ଦିନ ପରେ ସେ ନିଜେ ଏକ କାରଖାନାର ଉଦଘାଟନରେ ସର୍ବସମ୍ମୁଖକୁ ଆସିଥିଲେ ।