ଓଡିଶା

odisha

ETV Bharat / international

କୋରୋନା ବିପକ୍ଷରେ ବିଜୟୀ ନ୍ୟୁଜିଲାଣ୍ଡ - କୋରୋନା ଯୁଦ୍ଧ

ଦିନକୁ ଦିନ କମିବାରେ ଲାଗିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସେପଟେ କୋହଳ ହେବାରେ ଲାଗିଛି ଲକଡାଉନ ନିୟମ । ଏ ହେଉଛି ନ୍ୟୁଜିଲାଣ୍ଡର କୋରୋନା ବିପକ୍ଷରେ ବିଜୟର ଗାଥା ।

new zealand won corona battle, corona in new zealand, corona pandemic, zacinda ardern, କୋରୋନା ଯୁଦ୍ଧରେ ବିଜୟୀ ନ୍ୟୁଜିଲାଣ୍ଡ, ନ୍ୟୁଜିଲାଣ୍ଡରେ କୋରୋନା, କୋରୋନା ଯୁଦ୍ଧ, ଜାକିଣ୍ଡା ଆର୍ଡର୍ଣ୍ଣ
କୋରୋନା ବିପକ୍ଷରେ ବିଜୟୀ ନ୍ୟୁଜିଲାଣ୍ଡ

By

Published : Apr 27, 2020, 10:37 PM IST

ୱେଲିଂଟନ: ଦିନକୁ ଦିନ କମିବାରେ ଲାଗିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସେପଟେ କୋହଳ ହେବାରେ ଲାଗିଛି ଲକଡାଉନ ନିୟମ । ଏ ହେଉଛି ନ୍ୟୁଜିଲାଣ୍ଡର କୋରୋନା ବିପକ୍ଷରେ ବିଜୟର ଗାଥା । ଦିନ ଥିଲା ଯେବେ ଦିନକୁ ଶହ ଶହ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିଲା । ହେଲେ ଗତ କିଛି ଦିନ ହେବ ଏହି ସଂଖ୍ୟାରେ ହ୍ରାସ ଘଟି ରବିବାର ନୂଆ ମାମଲା ସଂଖ୍ୟା 1ରେ ପହଞ୍ଚିଛି । ଯାହା ସାମୟିକ ଭାବେ କୋରୋନା ଯୁଦ୍ଧରେ ବିଜୟ ହାସଲର ସଙ୍କେତ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ଣ୍ଣ ।

ଦେଶରେ ବର୍ତ୍ତମାନ କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଖୁବଶୀଘ୍ର ବ୍ୟାପାର ବ୍ୟବସାୟ ସ୍ବାଭାବିକ ହେବ ବୋଲି ଜାକିଣ୍ଡା ଦୈନିକ ବିବରଣୀରେ ପ୍ରକାଶ କରିଛନ୍ତି । ଏଥିସହ ସେ ଏହା ବି କହିଛନ୍ତି କି ଏହାର ଅର୍ଥ ନୁହେଁ କି ଲୋକଙ୍କ ସାମାଜିକ ଜୀବନ ପୁଣି ସ୍ବାଭାବିକ ହେବ । ଏଥିପାଇଁ କିଛି ସମୟ ଓ ଲୋକଙ୍କ ଧୈର୍ଯ୍ୟର ଆବଶ୍ୟକତା ରହିଛି । ତେବେ ଦେଶରେ କମ୍ୟୁନିଟି ଟ୍ରାନ୍ସଫର ହୋଇନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହା ସତ୍ତ୍ବେ ଦେଶରେ କିଛି କଟକଣା ଏବେ ବି ବଳବତ୍ତର ରହିବ ।

ଦୈନିକ ବିବରଣୀର ଘୋଷଣା ମୁତାବକ ମଙ୍ଗଳବାରଠାରୁ ଦେଶରେ କେତେକ ଜରୁରୀ ସେବା ଯଥା ମେଡିକାଲ ଓ ରାସନ ଦୋକାନ ଖୋଲାଯିବ । ହେଲେ ଲୋକେ ଅଧିକାଂଶ ସମୟ ଘରେ ରହି ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସେପଟେ ଏହି ସଫଳତା ପଛରେ କଣ୍ଟାକ୍ଟ ଟ୍ରେସିଂ, ବହିରାଗତଙ୍କୁ କ୍ବାରେନଣ୍ଟାଇନ ଓ ସୀମା ସିଲ ଆଦି ଦାୟୀ ବୋଲି ଜାକିଣ୍ଡା କହିଛନ୍ତି । ସୋମବାର ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି କି ଦେଶରେ ନିଆଯାଇଥିବା ତୁରନ୍ତ ଓ ଯୁଦ୍ଧକାଳୀନ ପଦକ୍ଷେପ ପାଇଁ ଆଜି ଦେଶ ସୁରକ୍ଷିତ ।

ପ୍ରକାଶ ଯେ ନ୍ୟୁଜିଲାଣ୍ଡରେ ମୋଟ ଆକ୍ରାନ୍ତ ସଂଖ୍ୟା 1469 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 19ରେ ସ୍ଥିର ରହିଛି ।

ABOUT THE AUTHOR

...view details