ଓଡିଶା

odisha

ETV Bharat / international

ଜୁନ 15ରେ କୋରୋନା ମୁକ୍ତି ଦିବସ ପାଳିବ ନ୍ୟୁଜିଲାଣ୍ଡ - କୋରୋନା ଭାଇରସ ନ୍ୟୁଜ୍‌

ସାରା ବିଶ୍ବରେ କୋରୋନାର ଆତଙ୍କ ମାଡି ଚାଲିଥିବା ବେଳେ ନ୍ୟୁଜିଲାଣ୍ଡରେ ଏହାର ସଂକ୍ରମଣ ଆଉ ହେଉନାହିଁ । ଦେଶରେ କୋରୋନା ଲଢେଇ ପାଇଁ କଡାକଡି ଲକଡାଉନର ପାଳନ ପରେ ପରେ କୋରୋନାର ପ୍ରଭାବ କମିଥିବା ଦେଖାଯାଇଥିଲା ।

corona elimination day in new zealand, corona in new zealand, communal transfer in new zealand, coronavirus news, ନ୍ୟୁଜିଲାଣ୍ଡରେ କୋରୋନା, କୋରୋନା ଅପଡେଟ, ନ୍ୟୁଜିଲାଣ୍ଡରେ ସାମ୍ଫ୍ରଦାୟିକ ସଂକ୍ରମଣ, କୋରୋନା ଭାଇରସ ନ୍ୟୁଜ୍‌, ନ୍ୟୁଜିଲାଣ୍ଡରେ କୋରୋନା ମୁକ୍ତି ଦିବସ
ଜୁନ 15ରେ କୋରୋନା ମୁକ୍ତି ଦିବସ ପାଳିବ ନ୍ୟୁଜିଲାଣ୍ଡ

By

Published : Jun 4, 2020, 9:26 PM IST

ୱେଲିଂଟନ: ସାରା ବିଶ୍ବ କୋରୋନା ସଂକ୍ରମଣରେ ବ୍ରେକ ଦେଇ ପାରୁନଥିବା ବେଳେ, ନ୍ୟୁଜିଲାଣ୍ଡ ଏଥରେ ସଫଳ ହୋଇଛି । ଦେଶରେ କୋରୋନା ଲଢେଇ ପାଇଁ କଡାକଡି ଲକଡାଉନର ପାଳନ ପରେ କୋରୋନାର ପ୍ରଭାବ କମିଥିବା ଦେଖାଯାଇଥିଲା । ତେବେ ଦେଶରେ ମେ’ 18ରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପରଠାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ପଷ୍ଟ ହୋଇଛି ।

ସୂଚନା ମୁତାବକ ଯଦି କୌଣସି ସଂକ୍ରମଣର 28 ଦିନ ପର୍ଯ୍ୟନ୍ତ ନୂଆ ସଂକ୍ରମଣ ଚିହ୍ନଟ ହୋଇନଥାଏ ତେବେ ଏହା ସାମ୍ପ୍ରଦାୟିକ ସଂକ୍ରମଣ ନୁହେଁ ବୋଲି ଜଣା ପଡିଥାଏ । ଏଥିସହ ଆଗାମୀ ଦିନରେ ଏହାଦ୍ବାରା ସାମ୍ପ୍ରଦାୟିକ ସଂକ୍ରମଣ ହେବାର ସମ୍ଭାବନା ନଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ ମେ’ 18ରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ସଂକ୍ରମଣର 28 ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣ ଚିହ୍ନଟ ନହୁଏ ଏହି ଦିନକୁ ଦେଶରେ କୋରୋନା ମୁକ୍ତି ଦିବସ ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ ଜୁନ 15ରେ 28ଦିନର ଅବଧି ସରୁଥିବା ବେଳେ ଏହି ଦିନକୁ କୋରୋନ ମୁକ୍ତି ଦିବସ ଭାବେ ସାରା ଦେଶରେ ପାଳନ କରାଯିବ । ହେଲେ ଏହାର ଅର୍ଥ ଏହା ନୁହେଁ କି ଦେଶରୁ କୋରୋନା ସମ୍ପୂର୍ଣ୍ଣ ବିତାଡିତ ହୋଇଛି । ଏହାର ଅର୍ଥ ହେଉଛି ଦେଶ ବର୍ତ୍ତମାନ ସାମ୍ପ୍ରଦାୟିକ ସଂକ୍ରମଣରୁ ସୁରକ୍ଷିତ ଓ ଆଗକୁ ଯଦି କିଛି ସଂକ୍ରମଣ ଦେଖାଯାଏ ତେବେ ଏହାର ନିରାକରଣ କରାଯାଇପାରିବ ।

ତେବେ ଖୁସିର କଥା କି ନ୍ୟୁଜିଲାଣ୍ଡରେ କ୍ରମାଗତ 13 ଦିନ ଧରି କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି ।

@IANS

ABOUT THE AUTHOR

...view details