ଓଡିଶା

odisha

ETV Bharat / international

ଆଇଫୋନ ୟୁଜର୍ସଙ୍କ ପାଇଁ ଅଡିଓ ଟ୍ବିଟ ସୁବିଧା ଆଣୁଛି ଟ୍ବିଟର - 140 ସେକେଣ୍ଟ ଅଡିଓ ଟ୍ବିଟ

ଖୁବଶୀଘ୍ର ଆପଣ 280 ଅକ୍ଷରର ଶବ୍ଦ ସହିତ 140 ସେକେଣ୍ଡର ଲମ୍ବା ଅଡିଓ ଟ୍ୱିଟ୍ ପୋଷ୍ଟ କରି ପାରିବେ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଆମେରିକାରେ ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ଅଡିଓ ସ୍ନିପେଟ୍ ଏବଂ ରେକର୍ଡ କରିବା ପାଇଁ ଏକ ପରୀକ୍ଷା କରିଥିଲା । ଯାହାକୁ ଟ୍ୱିଟ୍ ସହିତ ଆଟାଚ୍ କରିହେବ ।

_twitter
ଆଇଫୋନ ୟୁଜରଙ୍କ ପାଇଁ 140 ସେକେଣ୍ଟ ଅଡିଓ ଟ୍ବିଟ ସୁବିଧା ଆଣୁଛି ଟ୍ବିଟର

By

Published : Jun 19, 2020, 3:40 PM IST

ସାନଫ୍ରାନ୍ସିସ୍କୋ: ଖୁବଶୀଘ୍ର ଆପଣ 280 ଅକ୍ଷରର ଶବ୍ଦ ସହିତ 140 ସେକେଣ୍ଡର ଲମ୍ବା ଅଡିଓ ଟ୍ୱିଟ୍ ପୋଷ୍ଟ କରିବାକୁ ସମର୍ଥ ହେବେ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଆମେରିକାରେ ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ଅଡିଓ ସ୍ନିପେଟ୍ ଏବଂ ରେକର୍ଡ କରିବା ପାଇଁ ଏକ ପରୀକ୍ଷା କରିଥିଲା । ଯାହାକୁ ଟ୍ୱିଟ୍ ସହିତ ଆଟାଚ୍ କରିହେବ ।

ପ୍ରତି ଭଏସ୍ ଟ୍ୱିଟ୍ 140 ସେକେଣ୍ଡ ପର୍ଯ୍ୟନ୍ତ ଅଡିଓ କ୍ୟାପଚର୍ କରିଥାଏ । ପ୍ରଥମେ ଟ୍ବିଟର, ଟ୍ବିଟ୍ ପାଇଁ 140 ଅକ୍ଷର ଧାର୍ଯ୍ୟ କରିଥିବା ବେଳେ ଏହାକୁ ବର୍ତ୍ତମାନ 280କୁ ବୃଦ୍ଧି କରିଛି ।

ଥରେ ଆପଣ ଟ୍ୱିଟ୍ ପାଇଁ ସମୟ ସୀମାକୁ ପହଞ୍ଚିବା ପରେ ଏକ ନୂଆ ଭଏସ ଟ୍ୱିଟ୍ ସ୍ବୟଂଭାବେ ଆରମ୍ଭ ହୋଇ ଏକ ଥ୍ରେଡ ସୃଷ୍ଟି କରେ। ଏହା ହେବା ପରେ ଆପଣ ଡନ୍ ବଟନକୁ ଟ୍ୟାପ କରି ରେକଡିଂକୁ ସମାପ୍ତ କରି ପୁଣି ଟ୍ବିଟର କମ୍ପୋଜ ସ୍କ୍ରିନକୁ ଯିବେ ବୋଲି କମ୍ପାନୀ କହିଛି ।

ଅଡିଓ କେବଳ ମୂଳ ଟ୍ୱିଟ୍ ସହିତ ଯୋଡି ହୋଇପାରିବ ଏବଂ ୟୁଜରମାନେ ଏହାକୁ ରିପ୍ଲାଏ କିମ୍ବା ରିଟ୍ବିଟ ଅନ୍ତର୍ଭୂକ୍ତ କରିପାରିବେ ନାହିଁ । ଟ୍ୱିଟରର ଟ୍ୱିଟ୍ ଅନୁଯାୟୀ, ବର୍ତ୍ତମାନ ଏହି ଫିଚର କେବଳ ଆଇଓଏସ (ଆପଲ) ୟୁଜରଙ୍କ ପାଇଁ ଅଟେ ।

ବେଳେବେଳେ 280 ଅକ୍ଷର ଯଥେଷ୍ଟ ନୁହେଁ । ତେଣୁ ଆଜିଠାରୁ ଆମେ ଏକ ନୂଆ ଫିଚର ପରୀକ୍ଷା କରୁଛୁ । ଯାହା ଟ୍ୱିଟର ବ୍ୟବହାର କରିବାରେ ଅଧିକ ହ୍ୟୁମାନ ଟଚ୍ ଯୋଗାଇବ ବୋଲି ଟ୍ବିଟର କହିଛି ।

ନିଜ ଭଏସକୁ ଟ୍ବିଟ କରିବା ଟ୍ବିଟରେ ମେସେଜ କରିବା ଠାରୁ ଏତେ ଭିନ୍ନ ନୁହେଁ । ପ୍ରଥମ ଟ୍ବିଟ କମ୍ପୋଜର ଖୋଲନ୍ତୁ । ଏହାପରେ ୱେଭଲେନ୍ଥ ଭଳି ଥିବା ଆଇକନକୁ ଟ୍ୟାପ କରନ୍ତୁ । ଏହାପରେ ଆପଣ ନିଜ ପ୍ରୋଫାଇଲ୍ ଫଟୋ ତଳେ ରେକର୍ଡ ବଟନ ଦେଖିବେ । ଭଏସ ରେକର୍ଡ କରିବା ପାଇଁ ଉକ୍ତ ବଟନକୁ ଟ୍ୟାପ୍ କରନ୍ତୁ । ଏହାପରେ ଲୋକମାନେ ଟ୍ବିଟ ବଦଳରେ ସେମାନଙ୍କ ଟାଇମଲାଇନରେ ତୁମ ଭଏସ ଟ୍ବିଟ ପାଇପାରିବେ ।

ଭଏସକୁ ଶୁଣିବାକୁ ହେଲେ ଇମେଜକୁ ଟ୍ୟାପ କରିବାକୁ ପଡିବ । ତେବେ ଏହା କେବଳ ଆଏଓଏସ(ଆପୁଲ) ୟୁଜରଙ୍କ ପାଇଁ ଅଟେ । ଆପଣଙ୍କ ଟାଇମଲାଇନ ତଳେ ଥିବା ଏକ ନୂଆ ୱିଣ୍ଡୋରେ ପ୍ଲେ-ବ୍ୟାକ୍ ଆରମ୍ଭ ହେବ ଏବଂ ଆପଣ ସ୍କ୍ରୋଲ୍ କଲାବେଳେ ଏହାକୁ ଶୁଣିପାରିବେ ।

ଆପଣ ନିଜ ଫୋନରେ କିମ୍ବା ଯିବା ସମୟରେ ଅନ୍ୟାନ୍ୟ କାର୍ଯ୍ୟ କରିବା ସମୟରେ ମଧ୍ୟ ଏହାକୁ ଶୁଣି ପାରିବେ । ଟ୍ୱିଟର ଆଶା କରୁଛି ଯେ ଭଏସ ଟ୍ୱିଟ୍ ଶ୍ରୋତା ଏବଂ ହ୍ୟୁମାନ ଏକ୍ସପେରିଏନ୍ସଙ୍କ ପାଇଁ ଅଧିକ ଅଭିଜ୍ଞତା ସୃଷ୍ଟି କରିବ ।

ABOUT THE AUTHOR

...view details