ଓଡିଶା

odisha

By

Published : Nov 5, 2019, 9:59 AM IST

Updated : Nov 5, 2019, 10:24 AM IST

ETV Bharat / international

ନେପାଳ ସରକାରଙ୍କ ବଡ ନିଷ୍ପତ୍ତି, ନିଯୁକ୍ତ ହେଲେ ସମସ୍ତ ରାଜ୍ୟର ରାଜ୍ୟପାଳ

ରବିବାର ସମସ୍ତ 7 ରାଜ୍ୟର ରାଜ୍ୟପାଳଙ୍କୁ ବହିଷ୍କାର କରିଥିବାବେଳେ ନେପାଳ ସରକାର ଆଜି ପୁଣି ସମସ୍ତ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ।

ଫାଇଲ ଫଟୋ

କାଠମାଣ୍ଡୁ: ଗତ ରବିବାର ନେପାଳ ସରକାର ରାଜ୍ୟର ସମସ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରିଥିଲେ । ରବିବାର ସଂଧ୍ୟାରେ କ୍ୟାବିନେଟର ଜରୁରୀକାଳୀନ ବୈଠକରେ ସମସ୍ତ 7ଟି ରାଜ୍ୟର ରାଜ୍ୟପାଳଙ୍କୁ ବରଖାସ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନୂଆ ରାଷ୍ଟ୍ରପତି । ନୂଆ ସରକାର ଗଠନ ପରେ ସମସ୍ତ ରାଜ୍ୟପାଳଙ୍କୁ ହଟାଇବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ ଆଜି ସମସ୍ତ 7ଟି ରାଜ୍ୟରେ ପୁଣି ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ରାଜ୍ୟପାଳ ହେଉଛନ୍ତି ସୋମନାଥ ପ୍ୟାସୀ ରାଜ୍ୟ ନଂ-1, ତିଲକ ପରିୟାର ରାଜ୍ୟ ନଂ-2, ବିଷ୍ଣୁ ପ୍ରସାଇନ ରାଜ୍ୟ ନଂ-3, ଧର୍ମନାଥ ଯାଦବ ରାଜ୍ୟ ନଂ-5, ଅମିକ ଶେରଚନ- ଗଣ୍ଡକୀ ରାଜ୍ୟର ରାଜ୍ୟପାଳ, ଗୋବିନ୍ଦ କୋଲନୀ-କର୍ଣ୍ଣାଲୀ ରାଜ୍ୟର ରାଜ୍ୟପାଳ, ଶର୍ମିଲା କୁମାରୀ ପନ୍ତ-ସୂଦୁର ପଶ୍ଚିମ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ସମସ୍ତ ରାଜ୍ୟପାଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଥିଲେ ।

ସୂଚନା ଯୋଗ୍ୟ ଯେ, ନେପାଳରେ ଏବେ କମ୍ୟୁନିଷ୍ଟ ସରକାର ଚାଲିଛି । ଦେଶରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଶାସନ କରୁଛନ୍ତି । କେପି ଓଲି ସରକାରଙ୍କ ପାଖରେ ସଂସଦରେ ଦୁଇ-ତୃତୀୟାଂଶର ବହୁମତ ରହିଛି । ବରଖାସ୍ତ ହୋଇଥିବା ସମସ୍ତ ରାଜ୍ୟପାଳଙ୍କ ନିଯୁକ୍ତି କଂଗ୍ରେସ ସରକାର ସମୟରେ ହୋଇଥିଲା ।

Last Updated : Nov 5, 2019, 10:24 AM IST

ABOUT THE AUTHOR

...view details