ଆବୁଧାବି: ଲଗାତାର ଖରାପ ପାଗ କାରଣରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ମଙ୍ଗଳ ମିଶନକୁ ଗୁରୁବାର ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି । ୟୁଏଇ ମିଶନ ଟିମ କହିଛି ଯେ ଏହା ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହେବ । ୟୁଏଇର ଏହି ପ୍ରଥମ ମାର୍ସ ମିଶନର ନାମ ହେଉଛି 'ହୋପ ' ।
ୟୁଏଇର ମାର୍ସ ମିଶନ: ଖରାପ ପାଗ କାରଣରୁ ତୃତୀୟ ଥର ପାଇଁ ଟଳିଲା ଲଞ୍ଚିଂ ଜାପାନର ତାନେଗାସିମା ସ୍ପେସ୍ ସେଣ୍ଟରରୁ ମିତ୍ତୁସାଇବି ହେଭି ଇଣ୍ଡଷ୍ଟ୍ରିଜ୍ H-IIA ରକେଟ୍ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ । ବୁଧବାର ପ୍ରଥମେ ଲଞ୍ଚିଂ ପାଇଁ ସ୍ଥିର ହୋଇଥିଲା। ତେବେ ଏହା ହୋଇ ନଥିଲା ଏବଂ ଗୁରୁବାର ଦିନ ଏହା ଆରମ୍ଭ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଖରାପ ପାଗ କାରଣରୁ ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।
ଏହି ସପ୍ତାହରେ ଜାପାନରେ ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ, କ୍ୟୁଶୁ ଦ୍ବୀପରେ ଥିବା ଅନେକ ସ୍ଥାନରେ ବନ୍ୟା ଓ ଝଡ ବର୍ଷା ଲାଗି ରହିଛି । ଏପରି ପରିସ୍ଥିତିରେ ସାଟେଲାଇଟ ଲଞ୍ଚ କରିବା ସମ୍ଭବ ନୁହେଁ।
ଫେବୃଆରୀ 2021 ସୁଦ୍ଧା ହୋପ୍ ଆର୍ବିଟର ମଙ୍ଗଳ ଗ୍ରହରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୟୁଏଇ ପାଇଁ ଏହି ମିଶନ ଗୁରୁତ୍ବପୂର୍ଣ୍ଣ । ଆର୍ବିଟର ଅତିକମରେ ଦୁଇ ବର୍ଷ ମଙ୍ଗଳ ଗ୍ରହର କକ୍ଷପଥରେ ପରିକ୍ରମା କରିବେ । ଏହାର ତିନୋଟି ଯନ୍ତ୍ର ଅଛି ଯାହା ମଙ୍ଗଳ ଗ୍ରହର ଉପର ବାୟୁମଣ୍ଡଳକୁ ଅଧ୍ୟୟନ କରିବ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସୂଚନା ସଂଗ୍ରହ କରିବ । ୟୁଏଇ କହିଛି ଯେ ଏହା ପ୍ରଥମ ଥର ପାଇଁ ବିଭିନ୍ନ ଜଳବାୟୁରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳର ସମ୍ପୂର୍ଣ୍ଣ ଚିତ୍ର ପ୍ରକାଶ କରିବ।
ପ୍ରଥମ ଥର ପାଇଁ ୟୁଏଇର ସ୍ପେସ୍ ମିଶନକୁ ଜଣେ ମହିଳା ସମ୍ଭାଳୁଛନ୍ତି । ପ୍ରଥମ ଥର ପାଇଁ ୟୁଏଇ ମହାକାଶ ମିଶନର ଦାୟିତ୍ବ ମହିଳା ବୈଜ୍ଞାନିକ ସାରା ଅଲ ଆମିରିଙ୍କ ଉପରେ ନ୍ୟସ୍ତ ରହିଛି । ସାରା ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଏହି ମିଶନ ପାଇଁ 6 ବର୍ଷ ଦେଇଛନ୍ତି ।