ଓଡିଶା

odisha

ଗାଜାସ୍ଥିତ ହାମାସ ସର୍ଭିସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ

ରକେଟ ମାଡର ପ୍ରତି ଜବାବରେ ଇସ୍ରାଏଲ ଯୁଦ୍ଧ ବିମାନ ଶନିବାର ଗାଜାସ୍ଥିତ ହାମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ କରିଛି । ଏନେଇ ସୂଚନା ଦେଇଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) । ଦକ୍ଷିଣ ଇସ୍ରାଏଲରେ ଦୁଇଟି ରକେଟ ମାଡ ହେବାର କିଛି ଘଣ୍ଟା ପରେ ଆଇଡିଏଫ ଏୟାରକ୍ରାଫ୍ଟ ଗାଜାରେ ଏୟାର ଷ୍ଟ୍ରାଇକ କରିଛି ।

By

Published : Jun 27, 2020, 10:55 PM IST

Published : Jun 27, 2020, 10:55 PM IST

israel's air strike, israel's attack on gaza, israel-gaza face off, rocket strike on israel, ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ଗାଜା-ଇସ୍ରାଏଲ ମୁହାଁମୁହିଁ, ଇସ୍ରାଏଲ ଉପରେ ରକେଟ ମାଡ
ଗାଜାସ୍ଥିତ ହାମାସ ସର୍ଭିସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ

ଜେରୁସେଲମ: ରକେଟ ମାଡର ପ୍ରତିଜବାବରେ ଇସ୍ରାଏଲ ଯୁଦ୍ଧ ବିମାନ ଶନିବାର ଗାଜାସ୍ଥିତ ହାମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ କରିଛି । ଏନେଇ ସୂଚନା ଦେଇଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) । ଦକ୍ଷିଣ ଇସ୍ରାଏଲରେ ଦୁଇଟି ରକେଟ ମାଡ ହେବାର କିଛି ଘଣ୍ଟା ପରେ ଆଇଡିଏଫ ଏୟାରକ୍ରାଫ୍ଟ ଗାଜାରେ ଏୟାର ଷ୍ଟ୍ରାଇକ କରିଥିଲେ । ଗାଜାସ୍ଥିତ ରକେଟ ପ୍ରସ୍ତୁତକାରୀ ୱାର୍କଶପ୍‌ ଓ ମାରଣାସ୍ତ୍ର ପ୍ରସ୍ତୁତକାରୀ ସଂସ୍ଥା ଉପରେ ଏହି ଏୟାର ଷ୍ଟ୍ରାଇକ ହୋଇଥିବା ଜଣା ପଡିଛି ।

ଗାଜା ପକ୍ଷରୁ ଏନେଇ ଏଯାବତ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଗାଜାରେ କ୍ଷଯକ୍ଷତି ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ରହିନାହିଁ । ସେପଟେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇ ଆଇଡିଏଫ କହିଛି କି, ଇସ୍ରାଏଲ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଯେକେହି ବି ଉଦ୍ୟମ କଲେ ଏହାର କଡା ଜବାବ ଦିଆଯିବ । ଗାଜାକୁ ମଧ୍ୟ ଏହାର ଜବାବ ମିଳିଯାଇଛି ।

ସୂଚନା ମୁତାବକ, ଗାଜା ଓ ଇସ୍ରାଏଲ ମଧ୍ୟରେ 10 ଦିନର ବିରତି ପରେ ପୁଣି ଶନିବାର ଏପରି ସଂଘର୍ଷ ଦେଖାଦେଇଛି । ହେଲେ ଖୁବଶୀଘ୍ର ଇସ୍ରାଏଲ ପଶ୍ଚିମ ଉପକୂଳସ୍ଥ ଅଞ୍ଚଳ ଗୁଡିକ ବିନାଶ କରିବାର ସମ୍ଭାବନା ରହିଥିବା ଜଣାପଡିଛି । ଏହି ପଦକ୍ଷେପକୁ ବିରୋଧ କରି ହାମାସ ଚଳିତ ସପ୍ତାହ ଆରମ୍ଭରେ ଏହାକୁ ଏକ ଯୁଦ୍ଧର ଆରମ୍ଭ ବୋଲି ଚେତେଇ ଥିଲା । ଜବାବରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନ୍ନି ଗାଣ୍ଟଜ ହାମାସକୁ କହିଥିଲେ କି ଯଦି ଏହି ନିଷ୍ପତ୍ତି ବିରୋଧରେ ସେ କୌଣସି ହିଂସାତ୍ମକ ପଦକ୍ଷେପ ନିଅନ୍ତି, ତେବେ ଏଥିପାଇଁ ତାଙ୍କୁ ପ୍ରଥମେ ସମ୍ଭାବ୍ୟ ଯୁଦ୍ଧର ପରିଣାମ ଭୋଗିବାକୁ ହେବ ।

@IANS

ABOUT THE AUTHOR

...view details