ଓଡିଶା

odisha

ETV Bharat / international

ଇରାନୀ ନ୍ୟୁକ୍ଲିୟର ସାଇଟ ଅଗ୍ନିକାଣ୍ଡରେ ଦାୟୀ ଇସ୍ରାଏଲ ସାଇବର ଆଟାକ - ଇସ୍ରାଏଲର ସାଇବର ଆଟାକ

ଗତ ସପ୍ତାହେ ମଧ୍ୟରେ ଇରାନରେ ହୋଇଥିବା ଦୁଇ ନ୍ୟୁକ୍ଲିୟର ସାଇଟ ଅଗ୍ନିକାଣ୍ଡ ପଛରେ ଇସ୍ରାଏଲର ହାତ ରହିଥିବା ସନ୍ଦେହ ପ୍ରକାଶ ପାଇଛି । ଇସ୍ରାଏଲର ସାଇବର ଆଟାକ ଏହା ପଛରେ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ...

explosion in iranian nuclear site, israeli cyber attack on iran, israeli cyber attack, cyber attack, ଇରାନରେ ନ୍ୟୁକ୍ଲିୟର ସାଇଟରେ ବିସ୍ଫୋରଣ, ଇରାନରେ ଇସ୍ରାଏଲର ସାଇବର ଆଟାକ, ଇସ୍ରାଏଲର ସାଇବର ଆଟାକ, ସାଇବର ଆଟାକ
ଇରାନୀ ନ୍ୟୁକ୍ଲିୟର ସାଇଟ ଅଗ୍ନିକାଣ୍ଡରେ ଦାୟୀ ଇସ୍ରାଏଲ ସାଇବର ଆଟାକ

By

Published : Jul 5, 2020, 1:01 AM IST

ଜେରୁସେଲମ: ଗତ ସପ୍ତାହେ ମଧ୍ୟରେ ଇରାନରେ ହୋଇଥିବା ଦୁଇ ନ୍ୟୁକ୍ଲିୟର ସାଇଟ ଅଗ୍ନିକାଣ୍ଡ ପଛରେ ଇସ୍ରାଏଲର ହାତ ରହିଥିବା ସନ୍ଦେହ ପ୍ରକାଶ ପାଇଛି । ଇସ୍ରାଏଲର ସାଇବର ଆଟାକ ଏହା ପଛରେ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଗତ ସପ୍ତାହେ ମଧ୍ୟରେ ଇରାନର ୟୁରାନିୟମ ସାଇଟ ଓ ଏକ ମିସାଇଲ ଉତ୍ପାଦନକାରୀ ସାଇଟରେ ଅଗ୍ନିକାଣ୍ଡ ହୋଇଥିଲା ।

ଏକ ଅଜ୍ଞାତ ସୂତ୍ରରୁ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପଛରେ ଇସ୍ରାଏଲ ଦାୟୀ ଥିବା କୁହାଯାଉଛି । ଇସ୍ରାଏଲ ନିଜ ସାଇବର ଆଟାକ ଦ୍ବାରା ସମ୍ପୃକ୍ତ ସାଇଟଗୁଡିକରେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟାଇଥାଇପାରେ । ଭୂତଳ ନାତାଞ୍ଜ ନ୍ୟୁକ୍ଲିୟର ଦ୍ବାରା ଏହି ବିସ୍ଫୋରଣ ସମ୍ଭବପର ବୋଲି ସୂତ୍ରରେ ସ୍ପଷ୍ଟ କରାଯାଇଛି । ଗତ ଦୁଇ ମାସ ଧରି ଇରାନରେ ନ୍ୟୁକ୍ଲିୟର ସାଇଟରେ ବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ବାଧା ସୃଷ୍ଟି କରିବା ପାଇଁ ଇସ୍ରାଏଲ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।

ତେବେ ତେହେରାନଠାରୁ 250 କିଲୋମିଟର ଦୂରରେ ଭୂପୃଷ୍ଠରୁ 25 ଫୁଟ ତଳେ ନାତାଞ୍ଜା ଖଞ୍ଜା ଯାଇଛି । ଏହା ଏୟାରଷ୍ଟ୍ରାଇକରୁ ସୁରକ୍ଷା ପାଇଁ ମୁଖ୍ୟତଃ ବ୍ୟବହୃତ ହେଉଥିବା ବେଳେ ଏହାକୁ ପରିଚାଳିତ କରିବା ପାଇଁ ଇନ୍ଧନର ଆବଶ୍ୟକତା ରହିଥାଏ । ତେବେ ବିସ୍ଫୋରଣର ଫଟୋରୁ ଦେଖିବାକୁ ମିଳିଛି କି ନାତାଞ୍ଜା ଖଞ୍ଜାଯାଇଥିବା ସ୍ଥାନରେ ହିଁ ଅଧିକ କ୍ଷୟକ୍ଷତି ହୋଇଛି । ଏପରିକି ପାଖାପାଖି କୋଠା ମଧ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

@IANS

ABOUT THE AUTHOR

...view details