ନୂଆଦିଲ୍ଲୀ: ଇସ୍ରାଏଲରେ ଦୀର୍ଘ 12 ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଛି । ବେଞ୍ଜାମିନେ ନେତ୍ୟାନାହୁଙ୍କଠାରୁ ଶାସନ ନେଇ ଏବେ ନେଫଟାଲି ବେନେଟ୍ ଏବେ ପ୍ରଧାନମନ୍ତ୍ରୀ । ବିରୋଧି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ନେଫଟାଲି ବେନେଟ୍ । 2 ବର୍ଷ ମଧ୍ୟରେ ହୋଇଥିବା 4 ଥର ନିର୍ବାଚନ ହୋଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି ।
ନୂଆ ସରକାରକୁ ନେଇ ଇସ୍ରାଏଲ ସଂସଦ ‘ନେସେଟ୍’ରେ ଜୋରଦାର୍ ହଙ୍ଗାମା ହୋଇଥିଲା । ସଂସଦ କାର୍ଯ୍ୟ ଆରମ୍ଭ ପୂର୍ବରୁ ନେଫଟାଲି ବେନେଟଙ୍କ ବିରୋଧରେ ସ୍ଲୋଗାନ୍ ଆରମ୍ଭ ହୋଇଗଲା । ଭାଷଣ ଦେବାକୁ ଆରମ୍ଭ କଲା ବେଳକୁ ତାଙ୍କୁ ଅପରାଧୀ ଓ ମିଛୁଆ ବୋଲି କୁହାଗଲା । ଶାସନରେ ଥିବା ଦଳ ଛୋଟ ଛୋଟ 8ଟି ଦଳର ମହାଗଠବନ୍ଧନରେ ନିର୍ମିତ । ନେତ୍ୟାନାହୁଙ୍କ ବିରୋଧରେ ସମସ୍ତ ଛୋଟ ଦଳ ଏକାଠି ହୋଇଥିଲେ ।