ଓଡିଶା

odisha

ETV Bharat / international

ୟୁଏଇକୁ ବିମାନ ସେବାପାଇଁ ଉଦ୍ୟମ ଆରମ୍ଭ କଲା ଇସ୍ରାଏଲ - Israel

ୟୁନାଇଟେଡ ଆରବ ଏମିରେଟ୍ସ ସହ ସମ୍ପର୍କ ସ୍ୱାଭାବିକ ହେବା ପରେ ଇସ୍ରାଏଲ୍ ବିମାନବନ୍ଦର ପ୍ରାଧିକରଣ ୟୁଏଇକୁ ବିମାନ ସେବାପାଇଁ ଉଦ୍ୟମ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ୟୁଏଇକୁ ବିମାନ ସେବାପାଇଁ ଉଦ୍ୟମ ଆରମ୍ଭ କଲା ଇସ୍ରାଏଲ
ୟୁଏଇକୁ ବିମାନ ସେବାପାଇଁ ଉଦ୍ୟମ ଆରମ୍ଭ କଲା ଇସ୍ରାଏଲ

By

Published : Aug 28, 2020, 9:05 PM IST

ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ ସହ ସମ୍ପର୍କ ସ୍ୱାଭାବିକ ହେବା ପରେ ଇସ୍ରାଏଲ୍ ବିମାନବନ୍ଦର ପ୍ରାଧିକରଣ ୟୁଏଇକୁ ବିମାନ ସେବାପାଇଁ ଉଦ୍ୟମ ଆରମ୍ଭ କରିଛି ।

ଶୁକ୍ରବାର ଇସ୍ରାଏଲ୍ ବିମାନବନ୍ଦର ପ୍ରାଧିକରଣ ସେବା ଆରମ୍ଭ କରିବା ପାଇଁ ନିଜ ୱେବସାଇଟରେ ବିମାନ ତାଲିକାଭୁକ୍ତ କରିଛି । ଏହି ବିମାନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ କୁଶନଙ୍କ ନେତୃତ୍ୱରେ ଅଧିକାରୀମାନେ ଯୋଗଦେବେ। ବିମାନରେ ଯାତ୍ରା କରିବାକୁ ଥିବା ଅନ୍ୟ ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ୍, ମଧ୍ୟପ୍ରାଚ୍ୟ ଦୂତ ଅଭି ବର୍କୋୱିଜ ଏବଂ ଇରାନ ରାଷ୍ଟ୍ରଦୂତ ବ୍ରାଏନ୍ ହୁକ ମଧ୍ୟ ଯାତ୍ରା କରିବେ । ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ମେୟର ବେନ-ଶାବତ ଇସ୍ରାଏଲ ପ୍ରତିନିଧିତ୍ୱ କରିବେ ବୋଲି ଘୋଷଣା କରିଥିଲେ ।

ଏହା ସହ ଇସ୍ରାଏଲର ବୈଦେଶିକ, ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓ ଜାତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ମଧ୍ଯ ଏହି ବୈଠକରେ ଯୋଗଦେବେ । ଏହା ସହ ଫ୍ଲାଇଟର କୋଡ୍ ନମ୍ବର LY971 ନମ୍ବର ହେବ ବୋଲି ଇସ୍ରାଏଲ୍ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ତେବେ ଇସ୍ରାଏଲ ଏବଂ ୟୁଏଇର ଅଧିକାରୀମାନେ ବିମାନକୁ ତୁରନ୍ତ ସ୍ୱୀକାର କରିନାହାଁନ୍ତି । ଆବୁଧାବିରେ ଥିବା ଆମେରିକୀୟ ଦୂତାବାସ ମତାମତ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ 13 ସୁଦ୍ଧା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାକୁ ସହମତ ହୋଇଥିଲେ। ଅଗଷ୍ଟ 16 ସୁଦ୍ଧା ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇସ୍ରାଏଲ୍ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ ମଧ୍ୟରେ ଆଲୋଚନା ହୋଇଥିଲା । ସଂପର୍କ ଆରମ୍ଭ କରିବାରେ ଆମେରିକାର ମଧ୍ୟସ୍ଥତା ପାଇଁ ଇସ୍ରାଏଲ୍ ଆବଶ୍ୟକ କରିଥିଲା।

@AP

For All Latest Updates

TAGGED:

IsraelUAE

ABOUT THE AUTHOR

...view details