ସିରିଆ: ସିରିଆର ରାଜଧାନୀ ଡମାସକସ ଉପରେ ମିସାଇଲ ମାଡ । ଗୁରୁବାର ରାତିରେ ଇସ୍ରାଇଲ ସିରିଆ ରାଜଧାନୀର କେତେକ ଅଞ୍ଚଳରେ ମିସାଇଲ ମାଡ କରିଥିବା ଜଣାପଡିଛି । ସିରିଆ ପ୍ରତିରକ୍ଷା ମଧ୍ୟ ଏହି ଆକ୍ରମଣର ଜବାବ ଦେଇ ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସଫଳ ହୋଇଛି ।
ମିସାଇଲ ମାଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି ସିରିଆ କର୍ତ୍ତୃପକ୍ଷ । ଇସ୍ରାଇଲ ଏୟାର ଷ୍ଟ୍ରାଇକ କରିଥିବା ସମୟରେ ଏକ ଭୟଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣର ଶଦ୍ଦ ଶୁଣିବା ପୂର୍ବରୁ ସିରିଆ ପ୍ରତିରକ୍ଷା ଆକାଶରେ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିସାରିଥିବା ଦେଖିଥିବା କହିଛନ୍ତି ଡମାସକସର ଜଣେ ରିପୋର୍ଟର ।