ଓଡିଶା

odisha

ETV Bharat / international

ଇସ୍ରାଇଲରେ 5ମ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ବେଞ୍ଜାମିନ ନେତାନ୍ୟାହୁ - PM modi

ଇସ୍ରାଇଲରେ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଇସ୍ରାଇଲରେ ପଞ୍ଚମଥର ପାଇଁ ପ୍ରଧାମନ୍ତ୍ରୀ ହୋଇଛନ୍ତି ବେଞ୍ଜାମିନ ନେତନ୍ୟାହୁ । ନେତାନ୍ୟାହୁଙ୍କୁ ବିଜୟ ପାଇଁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଫାଇଲ ଫଟୋ

By

Published : Apr 11, 2019, 8:02 AM IST

ନୂଆଦିଲ୍ଲୀ: ଇସ୍ରାଇଲର ପଞ୍ଚମ ଥର ପାଇଁ ପ୍ରଧାମନ୍ତ୍ରୀ ହେଲେ ବେଞ୍ଜାମିନ ନେତାନ୍ୟାହୁ। ଇସ୍ରାଇଲର ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ଲିକୁଡ ପାର୍ଟି ବିଜୟ ହାସଲ କରିଛି।

ନେତନ୍ୟାହୁଙ୍କ ଦଳ 120ଟି ଆସନରୁ 65 ଆସନ ହାସଲ କରିଛି । ଏହି ନିର୍ବାଚନରେ ନେତନ୍ୟାହୁଙ୍କୁ କଡା ଟକ୍କର ଦେଇଛି ଏକ ଶକ୍ତିଶାଳୀ ମେଣ୍ଟ । ନେତନ୍ୟାହୁଙ୍କ ସହ ମୁକାବିଲା କରିଛନ୍ତି ରିଟାର୍ଡ ଜେନେରାଲ ବିନୀ ଗୈଣ୍ଟଜ । ସେ ବ୍ଲୁ ଆଣ୍ଡ ହ୍ବାଇଟ ମେଣ୍ଟର ପ୍ରମୁଖ ଅଟନ୍ତି । ତେବେ ସେ ନେତାନ୍ୟାହୁଙ୍କଠାରୁ ହାର ସ୍ବୀକାର କରିଛନ୍ତି । ନେତନ୍ୟାହୁ ଶପଥପାଠ ଗ୍ରହଣ କରି ସାରିବା ପରେ ସେ ଲଗାତାର ପଞ୍ଚମଥର ଇସରାଇଲର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ କରିବେ।

ନେତାନ୍ୟାହୁ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ ସେ ଇସ୍ରାଇଲୀ ନେତା ଭାବେ ପରିଚିତ । ତେବେ ତାଙ୍କର ଏଭଳି ଲଗାତାର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ତାଙ୍କୁ ଟ୍ୟାଗ କରି ଲେଖିଛନ୍ତି, 'ଆପଣ ଭାରତର ସବୁଠୁ ବଡ଼ ମିତ୍ର। ଆପଣଙ୍କ ବିଜୟ ଦୁଇ ଦେଶର ସମ୍ବନ୍ଧକୁ ମଜବୁତ କରିବା ସହ ସମ୍ପର୍କକୁ ଅଧିକ ସୁଧାରିବ।' ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଦେଇଛନ୍ତି।

ABOUT THE AUTHOR

...view details