ଓଡିଶା

odisha

ବାଗଦାଦରେ IS ବନ୍ଧୁକଧାରୀଙ୍କ ହମଲା, ୧୧ ମୃତ

ବାଗଦାଦର ଏକ ଗ୍ରାମରେ ଆଇଏସ ବନ୍ଧୁକଧାରୀଙ୍କ ଆକ୍ରମଣ । ୧୧ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଆହତ । ଅଧିକ ପଢନ୍ତୁ...

By

Published : Oct 27, 2021, 9:12 AM IST

Published : Oct 27, 2021, 9:12 AM IST

ବାଗଦାଦରେ IS ବନ୍ଧୁକଧାରୀଙ୍କ ହାମଲା; ୧୧ ମୃତ
ବାଗଦାଦରେ IS ବନ୍ଧୁକଧାରୀଙ୍କ ହାମଲା; ୧୧ ମୃତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଆଇଏସ(ଇସଲାମିକ ଷ୍ଟେଟ)ର ଆକ୍ରମଣ । ଆଇଏସ ଆତଙ୍କୀ ସଙ୍ଗଠନର ବନ୍ଧୁକଧାରୀ ବାଗଦାଦର ଉତ୍ତର-ପୂର୍ବ ଅଞ୍ଚଳରେ ହମଲା କରିଛନ୍ତି । ଆକ୍ରମଣରେ ଅତିକମରେ ୧୧ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆତଙ୍କୀ ମେସିନଗନ ବ୍ୟବାହର କରି ଏହି ନାରକୀୟ କାଣ୍ଡ ଭିଆଇଥିବା ଇରାକ ଅଧିକାରୀ ସୂତ୍ରରୁ ସୂଚନା ମିଳିଛି ।

ବାଗଦାଦରେ IS ବନ୍ଧୁକଧାରୀଙ୍କ ହମଲା, ୧୧ ମୃତ

ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ । ହେଲେ ଦୁଇ ଅଧିକାରୀଙ୍କ କହିବା କଥା, ଆଇଏସ ଆତଙ୍କୀ ପ୍ରଥମେ ଦୁଇ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କୁ ଛାଡିବା ପାଇଁ ରଖିଥିବା ଦାବି ପୂରଣ ନ ହେବାରୁ ପୁନର୍ବାର ଅଞ୍ଚଳରେ ଛାପା ମାରିଥିଲେ ଏବଂ ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ତେବେ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଲୋକେ ସାଧାରଣ ନାଗରିକ ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ୨୦୧୭ରେ ଆଇଏସ ଆତଙ୍କୀ ସଙ୍ଗଠନକୁ ଇରାକ ପରାଜିତ କରିବା ପରେ ଦେଶରେ ନାଗରିକଙ୍କ ଉପରେ କ୍ବଚିତ୍ ଆକ୍ରମଣ ହେଉଥିଲା, ଯଦିଓ କେତେକ ଅଞ୍ଚଳରେ ସ୍ଲିପର ସେଲ୍ସ ସକ୍ରିୟ ରହୁଥିଲେ । ଏହାପୂର୍ବରୁ ଗତ ଜୁଲାଇରେ ବାଗଦାଦର ଏକ ରାସ୍ତାକଡରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଅତିକମରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଡର୍ଜନରୁ ଅଧିକ ଆହତ ହୋଇଥିଲେ । ସେହିପରି ଜାନୁୟାରୀରେ ମଧ୍ୟ ଇରାକ ରାଜଧାନୀର ଏକ ଜନଗହଳିପୂର୍ଣ୍ଣ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଯେଉଁଥିଲେ ବହୁ ସଂଖ୍ୟକ ଲୋକେ ଆହତ ହୋଇଥିବାବେଳେ ୩୨ ଜଣ ପ୍ରାଣ ହରାଇଥିଲେ ।

@AP

ABOUT THE AUTHOR

...view details