ତେହରାନ: କିଛିଦିନ ବ୍ୟବଧାନରେ ଇରାନରେ ପୁଣି କୋରୋନା ସଙ୍କଟ ତୀବ୍ର ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ ସରକାର ଲକଡାଉନ କୋହଳ ନେଇ ଘୋଷଣା କରିଥିଲେ । ହେଲେ ପୁଣି ନିକଟରେ ବିପୁଳ ମାତ୍ରାରେ ପଜିଟିଭ ସ୍ପଷ୍ଟ ହୋଇଛନ୍ତି ।
ଇରାନରେ ବଢିଲା ସଙ୍କଟ, 24 ଘଣ୍ଟାରେ 3000 ଆକ୍ରାନ୍ତ - ଇରାନ କୋରୋନା ଅପଡେଟ
ଗତ 24 ଘଣ୍ଟାରେ ଇରାନରେ ପ୍ରାୟ 3000 ପାଖାପାଖି ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି 81 ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ...
![ଇରାନରେ ବଢିଲା ସଙ୍କଟ, 24 ଘଣ୍ଟାରେ 3000 ଆକ୍ରାନ୍ତ ଇରାନରେ ବଢିଲା ସଙ୍କଟ, 24 ଘଣ୍ଟାରେ 3000 ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/768-512-7432633-924-7432633-1591022144182.jpg)
ଗତ 24 ଘଣ୍ଟାରେ ଇରାନରେ ପ୍ରାୟ 3000 ପାଖାପାଖି ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି 81 ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସୋମବାର ମୋଟ୍ 2979 ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରୁ 78 ପ୍ରତିଶତଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ମୋଟ୍ 2327 ଜଣଙ୍କ ଅବସ୍ଥା ଗୁରୁତର ନଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତ 1 ଲକ୍ଷ 54 ହଜାର 445 ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 1 ଲକ୍ଷ 21 ହଜାର 4 ଜଣ ସୁସ୍ଥ ହୋଇସାରିଛନ୍ତି । ଏହାସହ 2578 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏପର୍ଯ୍ୟନ୍ତ ମୋଟ୍ 7878 ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି । ପ୍ରକାଶ ଥାଉ କି କୋରୋନା କଟକଣା ହଟାଇବା ପରେ ଇରାନରେ ମେ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ବିପୁଳ ମାତ୍ରାରେ ବଢିଚାଲିଛି । ପୂର୍ବରୁ ସଂଖ୍ୟା କମ ଥିବାରୁ ସରକାର ଲକଡାଉନ କୋହଳ କରିଥିଲେ । ହେଲେ ବର୍ତ୍ତମାନ ସଂଖ୍ୟା ବୃଦ୍ଧି ନେଇ ଚିନ୍ତାରେ ପଡିଛନ୍ତି ଇରାନ ସରକାର । ମାର୍ଚ୍ଚ ମାସରେ ଇଟାଲୀ ପରେ ଇରାନରେ ସର୍ବାଧିକ ଆକ୍ରାନ୍ତ ବାହାରିଥିଲେ ।