ସିଡନୀ: ଭାରତୀୟ ମୂଳ ବାସିନ୍ଦା ପ୍ରଫେସର ଜୟଶ୍ରୀ ରବିଶଙ୍କର ଅଷ୍ଟ୍ରେଲିଆର ଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ହାସଲ କରିଛନ୍ତି । ପ୍ରଫେସର ଜୟଶ୍ରୀ ରବିଶଙ୍କର ‘ଅଷ୍ଟ୍ରେଲିଆନ ଆୱାର୍ଡ ଫର୍ ୟୁନଭର୍ସିଟି ଟିଚିଂ 2019’ ପୁରସ୍କାର ଜିତିଛନ୍ତି । ଏହା ଦେଶର ସର୍ବୋଚ୍ଚ ଶିକ୍ଷା ତଥା ଶିକ୍ଷାଦାନର ମାନ୍ୟତା ଅଟେ ।
ଅଷ୍ଟ୍ରେଲିଆର 31 ଟି ବିଭିନ୍ନ ବିଶ୍ବବିଦ୍ୟାଳୟକୁ 71 ଘୋଷଣାପତ୍ର ଆସିଥିଲା । ଏଥିମଧ୍ୟରୁ ଗୋଟିକରେ ଆସୋସିଏଟ୍ ପ୍ରଫେସର ରବିଶଙ୍କରଙ୍କୁ ପୁରସ୍କାର ପ୍ରଦାନର କାରଣ ଉଲ୍ଲେଖ ରହିଥିଲା । ଅଭିନବ ଉପାୟରେ ଅନଲାଇନ ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ କୌଶଳ ବିକାଶ ଏବଂ ଏକ ବୃହତ ଇଲେକ୍ଟ୍ରିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଓ ଛାତ୍ରମାନଙ୍କର ନିଯୁକ୍ତି ଦକ୍ଷତା ବିକାଶ କରିଥିବା ଘୋଷଣାପତ୍ରରେ ଉଲ୍ଲେଖ ରହିଥିଲା ।
ଏହାସହ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଆଦୃତ, ଅଷ୍ଟ୍ରେଲିଆ ସରକାର ଓ ବିଶ୍ବବିଦ୍ୟାଳୟ ଶିକ୍ଷକ ଭାବରେ ଆପଣଙ୍କ ଅବଦାନ ଅତୁଳନୀୟ ବୋଲି ଲେଖାଯାଇଥିଲା । ଗୁଣାତ୍ମକ ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ଭାବନା ପାଇଁ ଆପଣ ସର୍ବଦା ସ୍ମରଣୀୟ ବୋଲି ଚିଠିରେ ଲେଖା ରହିଛି ।