ଓଡିଶା

odisha

ETV Bharat / international

କୋରୋନା ଆତଙ୍କ: ଇରାନରେ ଗୁଜବ ପ୍ରଚାର ନେଲାଣି 300 ଜୀବନ - corona virus imapct

ଗୋଟେ ପଟେ ଭାଇରସର ଆତଙ୍କ ଓ ଅନ୍ୟପଟେ ଗୁଜବ ପ୍ରଚାର । ଇରାନରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

false belief a poison fights virus kills hundred
ଇରାନରେ ଗୁଜବ ପ୍ରଚାର ନେଲାଣି 300 ଜୀବନ

By

Published : Mar 28, 2020, 6:44 PM IST

ତେହେରାନ: ଗୋଟେ ପଟେ ଭାଇରସର ଆତଙ୍କ ଓ ଅନ୍ୟପଟେ ଗୁଜବ ପ୍ରଚାର । ଇରାନରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ଉପରେ ଇରାନର ସ୍ବାସ୍ଥ୍ଯ କର୍ମଚାରୀ ଠିଆ ହୋଇ ଲୋକଙ୍କୁ ଗୁଜବ ପ୍ରଚାର ଉପରେ ବିଶ୍ବାସ ନକରି ରସାୟନିକ ଆଲକୋହଲ ନ ପିଇବାକୁ ଅନୁରୋଧ କରୁଛନ୍ତି ।

ଇରାନରେ ବର୍ତ୍ତମାନ ଗୁଜବ ପ୍ରଚାର କାରଣରୁ ପ୍ରାୟ 300 ଲୋକଙ୍କ ଜୀବନ ଗଲାଣି । 1000ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ରସାୟନିକ ମିଥାନଲ୍ ପିଇ ମୃତ୍ୟୁର ଶିକାର ହେଉଛନ୍ତି ଇରାନବାସୀ । ଦେଶରେ ଆଲକୋହଲ ବ୍ୟାନ ହୋଇଯାଇଥିଲେ ସୁଦ୍ଧା ମିଥାନଲ୍ କେଉଁଠି ମିଳୁଛି ସେନେଇ ପ୍ରଶ୍ନ ଉଠିଛି ।

ବିଶାକ୍ତ ମିଥାନଲ୍ ପିଇ ଜଣେ ଶିଶୁ ବର୍ତ୍ତମାନ ଆଖି ହରାଇଛି । ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର ହେଉଛି କି, ମିଥାନଲ୍ ପିଇଲେ ଭାଇରସ୍ ଆକ୍ରାନ୍ତ କରିପାରିବନି । ବାସ୍ ଏହାପରେ ଶିଶୁର ପିତା-ମାତା ଶିଶୁକୁ ମିଥାନଲ୍ ପିଆଇଥିଲେ ।

ଇରାନର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,‘ ପ୍ରତ୍ୟେକ ଦେଶ ଗୋଟିଏ ସମସ୍ୟା ସହ ଲଢେଇ କରୁଥିବା ବେଳେ ଆମେ ଦୁଇଟି ସମସ୍ୟା ଦେଇ ଗତି କରୁଛୁ । ଆମେ ଉଭୟ ବିଶାକ୍ତ ଆଲକୋହଲ ଓ କୋରୋନା ଭାଇରସ ସହ ଲଢୁଛୁ ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details