କାନବେରା: ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି ଓ ଲକଡାଉନ କୋହଳ ପ୍ରକ୍ରିୟାର ସମୀକ୍ଷା କରିବା ପାଇଁ ଶୁକ୍ରବାର ଆୟୋଜିତ ହୋଇଥିଲା ଜାତୀୟ କ୍ୟାବିନେଟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମାନେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ଦେଶରେ ତୃତୀୟ ପର୍ଯ୍ୟାୟରେ ଲକଡାଉନ କଟକଣା କୋହଳ କରିବା ପାଇଁ ଆଲୋଚନା ହୋଇଥିଲା ।
ତୃତୀୟ ପର୍ଯ୍ୟାୟର ନିୟମ ମୁତାବକ ଦେଶରେ ସାର୍ବଜନୀନ ସ୍ଥାନରେ ଜଣଙ୍କ ପିଛା 4 ବର୍ଗ ମିଟର ଜାଗା ଛାଡିବା ପାଇଁ କୁହାଯାଉଛି । ଏହି କ୍ରମରେ ଦେଶରେ ଥିବା ବଡ ବଡ ଷ୍ଟାଡିୟମର କ୍ଷମତାକୁ 40,000ରୁ 10,000କୁ କମାଇ ଦିଆଯାଇଛି । ସେପଟେ ଦେଶରେ ଲକଡାଉନ କାରଣରୁ ବନ୍ଦ ପଡିଥିବା କ୍ରୀଡା ଅଭ୍ୟାସ କ୍ଷେତ୍ରଗୁଡିକୁ ସ୍ବତନ୍ତ୍ର ସୁରକ୍ଷା ନିୟମ ସହ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।