ରାମାଲାହ: ଇସ୍ରାଏଲ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଉପରେ ଆଧିପତ୍ୟ ବିସ୍ତାର ନେଇ ଶନିବାର ସ୍ପଷ୍ଟ କରିବାବେଳେ ରବିବାର ଏହାକୁ କଡା ବିରୋଧ କରିଛି ପାଲେଷ୍ଟାଇନ ବରିଷ୍ଠ ଅଧିକାରୀ । ସେମାନଙ୍କ କହିବା ଅନୁଯାୟୀ ଇସ୍ରାଏଲ ଏପରି କାର୍ଯ୍ୟକଳାପରୁ ବର୍ତ୍ତିଲେ ହିଁ ଶାନ୍ତି ବଜାୟ ରହିପାରିବ । ସାମରିକ ବ୍ୟାପାର ମନ୍ତ୍ରୀ ହୁସେନ ଅଲ-ଶେଖ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କହିଥିଲେ କି ଇସ୍ରାଏଲକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପୂର୍ବ ଶାନ୍ତି ଚୁକ୍ତି ଅନୁଯାୟୀ ନିଜ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ହେବ ।
ସେପଟେ ଗାଣ୍ଟଜ ପାଲେଷ୍ଟାଇନର ଶାନ୍ତି ବଜାୟ ରଖିବା କଥାରେ କହିଥିଲା କି ଆବଶ୍ୟକ ହେଲେ ସେ ତୁରନ୍ତ ରାମାଲାହ ପହଞ୍ଚି ପାଲେଷ୍ଟାଇନ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହାର ଜବାବ ଦେଇ ହୁସେନ କହିଥିଲେ କି ରାମାଲାହ ଆସି ଆଲୋଚନା କରିବା ବଦଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଜନତା ଉପରେ କରୁଥିବା ଜବରଦସ୍ତି, ସୀମାରେ ଅଧିକ ସଂଖ୍ୟକ ସେନା ନିୟୋଜନ ଓ ପରିସର ବୃଦ୍ଧି ନେଇ ଧମକ ଆଦି ପ୍ରଥମେ ବନ୍ଦ କରିବା ଦରକାର ।