ଓଡିଶା

odisha

By

Published : Feb 25, 2020, 6:56 PM IST

ETV Bharat / international

ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସନି ମୁବାରକଙ୍କ ପରଲୋକ

ଇଜିପ୍ଟ ଶାସନ ଗାଦିରେ ଦୀର୍ଘ ତିନି ଦଶନ୍ଧି ଧରି ଅଧିପତ୍ୟ ବିସ୍ତାର କରିଥିବା ପୂର୍ବ ରାଷ୍ଟ୍ରପତି ହୋସନି ମୁବାରକଙ୍କ ମଙ୍ଗଳବାର 91 ବର୍ଷ ବୟସରେ ଦେହାନ୍ତ ହୋଇଛି । ହୋସନି ମୁବାରକ ନିଜ ଶାସନର ଦୀର୍ଘ 30 ବର୍ଷ କାଳ ମଧ୍ୟରେ ଇଜିପ୍ଟ ସହ ଆମେରିକାର ବନ୍ଧୁତ୍ବର ସୁଦୃଢତା ପାଇଁ ପରିଚିତ ରହିଥିଲେ । ଏହାସହ ଇସଲାମିକ ଆତଙ୍କବାଦୀ ବିରୋଧରେ ଲଢେଇକୁ ସେ ସର୍ବଦା ଆଗରେ ରହୁଥିଲେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

କାଇରୋ: ଇଜିପ୍ଟ ଶାସନ ଗାଦିରେ ଦୀର୍ଘ ତିନି ଦଶନ୍ଧି ଧରି ଆଧିପତ୍ୟ ବିସ୍ତାର କରିଥିବା ପୂର୍ବତନ ରାଷ୍ଟ୍ରପତି ହୋସନି ମୁବାରକଙ୍କ ମଙ୍ଗଳବାର 91 ବର୍ଷ ବୟସରେ ଦେହାନ୍ତ ହୋଇଛି । ମଧ୍ୟପ୍ରାଚ୍ୟରେ ସ୍ଥାୟିତ୍ବ ଓ ସ୍ଥିରତାର ପ୍ରମୁଖ ଚେହେରା ଭାବରେ ପରିଗଣିତ ଥିଲେ ହୋସନି ମୁବାରକ ।

ହୋସନି ମୁବାରକ ଦେଶରେ 18 ଦିନ ଧରି ବିରୋଧ ପ୍ରଦର୍ଶନ ପରେ 11 ଫେବୃଆରୀ 2011ରେ ପଦରୁ ଇସ୍ତଫା ଦେଇଥିଲେ । ସେ ଆରବରେ ଲୋକତାନ୍ତ୍ରିକ ସମର୍ଥକଙ୍କ ପ୍ରଦର୍ଶନ କାରଣରୁ ସତ୍ତା ଛାଡିବାକୁ ବାଧ୍ୟ ହୋଇଥିଲେ । ପରେ ସେ ଅଜ୍ଞାତବାସରେ ରହିଥିଲେ ।

ହୋସନି ମୁବାରକ ନିଜ ଶାସନର ଦୀର୍ଘ 30 ବର୍ଷ କାଳ ମଧ୍ୟରେ ଇଜିପ୍ଟ ସହ ଆମେରିକାର ବନ୍ଧୁତ୍ବର ସୁଦୃଢତା ପାଇଁ ପରିଚିତ ରହିଥିଲେ । ଏହାସହ ଇସଲାମିକ ଆତଙ୍କବାଦୀ ବିରୋଧରେ ଲଢେଇକୁ ସେ ସର୍ବଦା ଆଗରେ ରହୁଥିଲେ ।

ସେହପରି ତାଙ୍କ ଶାସନ କାଳରେ ଇଜିପ୍ଟ ଓ ଇସ୍ରାଏଲ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ ଜାରି ରଖିବାରେ ସେ ସଫଳ ରହିଥିଲେ । ମାତ୍ର କାଇରୋ ସେଣ୍ଟ୍ରାଲ ତହରିର ସ୍କୋୟାରରେ 18 ଦିନ ଧରି ହଜାର ସଂଖ୍ୟାରେ ଯୁବକଙ୍କ ପ୍ରଦର୍ଶନ 2011ରେ ହୋସନି ସରକାର କ୍ଷମତାରୁ ହଟାଇଥିଲା ।

ହୋସନିଙ୍କୁ ପ୍ରଦର୍ଶନକାରୀଙ୍କୁ ହତ୍ୟା ଷଡଯନ୍ତ୍ରରେ ଦୋଷୀ ଘୋଷଣା କରାଯାଇଥିଲା । ପରେ ତାଙ୍କ ଦଣ୍ଡ କୋହଳ କରି ଦିଆଯାଇଥିଲା । ଶେଷରେ 2017ରେ ସେ ଜେଲଦଣ୍ଡରୁ ମୁକ୍ତ ହୋଇଥିଲେ ।

@IANSଇନପୁଟ

ABOUT THE AUTHOR

...view details