ଓଡିଶା

odisha

ETV Bharat / international

ସାଉଦି ଆରବରେ ବ୍ୟାନ ହେଲା ଚାବୁକ ମାଡ - ସାଉଦି ଆରବ

କଠୋର ଦଣ୍ଡ ଦେବାର ପ୍ରଥା ପାଇଁ ସାଉଦି ଆରବ ସାରା ବିଶ୍ବରେ ଚର୍ଚ୍ଚିତ । ଏଠାକାର ମୁସଲିମ ସମ୍ପ୍ରଦାୟ ଛୋଟ ଛୋଟ ଘଟଣାରେ ମଧ୍ୟ ବିଭିନ୍ନ କଡା ଦଣ୍ଡ ବିଧାନ କରିଥାନ୍ତି । ଅଧିକ ପଢନ୍ତୁ...

ସାଉଦି ଆରବରେ ଚାବୁକ ମାଡ ବ୍ୟାନ
ସାଉଦି ଆରବରେ ଚାବୁକ ମାଡ ବ୍ୟାନ

By

Published : Apr 25, 2020, 11:43 PM IST

ରିୟାଧ: ସାଉଦି ଆରବରେ ଚାବୁକ ମାଡକୁ ବ୍ୟାନ କରାଯାଇଛି । ଏନେଇ ଦେଶର ସୁପ୍ରିମକୋର୍ଟ ଶନିବାର ଘୋଷଣା କରିଛନ୍ତି । ମାନବାଧିକାର ନିୟମ ଅଧୀନରେ ଏପରି ପରିବର୍ତ୍ତନ କରାଯାଇଥିବା କୋର୍ଟ କହିଛନ୍ତି ।

କଠୋର ଦଣ୍ଡ ଦେବାର ପ୍ରଥା ପାଇଁ ସାଉଦି ଆରବ ସାରା ବିଶ୍ବରେ ଚର୍ଚ୍ଚିତ । ଏଠାକାର ମୁସଲିମ ସମ୍ପ୍ରଦାୟ ଛୋଟ ଛୋଟ ଘଟଣାରେ ମଧ୍ୟ ବିଭିନ୍ନ କଡା ଦଣ୍ଡ ବିଧାନ କରିଥାନ୍ତି । ଅଭିଯୁକ୍ତଙ୍କ ପ୍ରତି ଦେଶରେ କଠୋର ମନୋଭାବ ରଖାଯାଇଥାଏ । ତେବେ ସର୍ବସାଧାରଣରେ ଚାବୁକ କିମ୍ବା ବାଡିରେ ଲଗାତାର ମାଡ ଏଠାରେ ସାଧାରଣ ଦଣ୍ଡ । ଏଥିରୁ ମହିଳା, ପୁରୁଷ, ଛୋଟ ପିଲା କେହି ବାଦ ପଡନ୍ତି ନାହିଁ । ଯାହାକୁ ଏବେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଦୀର୍ଘ ଦିନ ହେବ ଚାବୁକ ମାଡକୁ ଅନେକ ମାନବାଧିକାର ସଙ୍ଗଠନ ନିନ୍ଦା କରି ଆସୁଥିଲେ । ଏନେଇ ବିଭିନ୍ନ ସମୟରେ ବିକ୍ଷୋଭ ଓ ଧାରଣା ମଧ୍ୟ ହୋଇଛି । କୌଣସି ଛୋଟ ଘଟଣାରେ ସର୍ବସାଧାରଣରେ କାହାକୁ ମାଡ ମାରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ଏମାନେ ଦାବି କରିଥିଲେ । ସେହିପରି ଛୋଟ ପିଲା ଓ ମହିଳାଙ୍କୁ ମାଡ ମାରିବାକୁ ମଧ୍ୟ ବିରୋଧ କରିଥିଲେ । ଅନ୍ତର୍ଜାତୀୟ ମହଲରେ ମଧ୍ୟ ଚାପ ବଢିବା ଫଳରେ ଏହି ନିୟମରେ ସଂଶୋଧନ ପାଇଁ ସାଉଦି ଆରବ ରାଜା ନିର୍ଦ୍ଦେଶ ଦେଇଥିଲେ । ପରେ ଅନେକ ବିଚାର ବିମର୍ଷ ପରେ ଏହାକୁ ହଟାଇବାର ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details