ଓଡିଶା

odisha

ETV Bharat / international

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚାର୍ଟବୋର୍ଡ ପୁଣି ହଟାଇଲା ଫେସବୁକ - ଇସ୍ରାଇଲ ପ୍ରଧାନମନ୍ତ୍ରୀଙ୍କ ଚାର୍ଟବୋର୍ଡକୁ ବନ୍ଦ କଲା ଫେସବୁକ

ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଚାର୍ଟ ବୋର୍ଡକୁ ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ବନ୍ଦ କରିଛି ଫେସବୁକ।

ଫାଇଲ ଫଟୋ

By

Published : Sep 18, 2019, 9:40 AM IST

ତେଲ ଆଭିଭ୍: ଗୋଟିଏ ସପ୍ତାହରେ ପୁଣି ଥରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଚାର୍ଟବୋର୍ଡକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ବର ଲୋକପ୍ରିୟ ସୋସିଆଲ ସାଇଟ୍ ଫେସବୁକ । ଚଳିତ ଥର ସ୍ଥାନୀୟ ଆଇନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି।

ଚାର୍ଟବୋର୍ଡ ଏକ ମେଜେସିଙ୍ଗ ଟୁଲ ହୋଇଥିବା ବେଳେ ଏକାସାଙ୍ଗରେ ଏହା ଅନେକ ଲୋକଙ୍କୁ ମେସେଜ୍ ପଠାଯାଇଥାଏ । ସ୍ଥାନୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇସ୍ରାଏଲରେ ପ୍ରକାଶିତ ଖବର ଅନୁସାରେ ଫେସବୁକରେ ନିର୍ବାଚନ ସମୟକୁ ମନେ ପକାଇବା ନେଇ ନେତାନ୍ୟାହୁଙ୍କ ଚାଟବୋର୍ଡ ହଟାଯାଇଛି। ତେବେ ନିଜ ଫେସବୁକ ଆକାଉଣ୍ଟରୁ ସେ ଅବୈଧ ଭାବେ ନିର୍ବାଚନ ସହ ଜଡିତ ତଥ୍ୟ ପ୍ରଦାନ କରିବା ନେଇ ଅଭିଯୋଗ ହୋଇଥିଲା ।

ସାରା ବିଶ୍ବରେ ନିର୍ବାଚନ ସମ୍ପର୍କିତ ଜଡିତ ତଥ୍ୟ ସମ୍ପର୍କରେ ଫେସବୁକ ଏହାର ବ୍ୟବହାରକାରୀଙ୍କୁ ଅବଗତ କରିଥାଏ । ଯେଉଁଠି ନିର୍ବାଚନ ଅନୁଷ୍ଠିତ ହୋଇଥାଏ ସେଠାକାର ସ୍ଥାନୀୟ ନିୟମକୁ ପାଳନ କରିଥାଏ ଫେସବୁକ । ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚାଟବୋର୍ଡ ବନ୍ଦ ରହିବ ବୋଲି କହିଛନ୍ତି ଫେସବୁକ ପ୍ରବକ୍ତା।

For All Latest Updates

ABOUT THE AUTHOR

...view details