ଓଡିଶା

odisha

ETV Bharat / international

କୋରୋନା ଭାଇରସ ମୁକାବିଲାର ନୂଆ ଅସ୍ତ୍ର: ପ୍ରତିଷେଧକ ଗେଟ୍ - କୋରୋନା ଅପଡେଟ

ଏହା ମେଟାଲ ଫ୍ରେମରେ ତିଆରି ହୋଇଛି । ଏଥିରେ ତାପମାତ୍ରା ମାପିବା ପାଇଁ ଚୀନରୁ ମଗାଯାଇଥିବା ମେସିନ ଖଞ୍ଜାଯାଇଛି । ଅଧିକ ପଢନ୍ତୁ...

କୋରୋନା ଭାଇରସ ମୁକାବିଲାର ନୂଆ ଅସ୍ତ୍ର: ପ୍ରତିଷେଧକ ଗେଟ୍
କୋରୋନା ଭାଇରସ ମୁକାବିଲାର ନୂଆ ଅସ୍ତ୍ର: ପ୍ରତିଷେଧକ ଗେଟ୍

By

Published : Apr 29, 2020, 12:15 AM IST

ଦୁବାଇ: ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ପରେ ସାରା ବିଶ୍ବ ଦେଖିଥିଲା ଏକ ନୂଆ ସୁରକ୍ଷା ବ୍ୟବସ୍ଥା ମେଟାଲ ଡିଟେକ୍ଟର । ସେହିପରି କୋରୋନା ମହାମାରୀ ମୁକାବିଲା ପାଇଁ ଆଉ ଏକ ଅସ୍ତ୍ର ଏବେ ବାହାର ହୋଇଛି- ପ୍ରତିଷେଧକ ଗେଟ୍ । ସମସ୍ତ କମ୍ପାନୀ, ଅଫିସ ପାଇଁ ଏହା ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା କହିଲେ ଭୁଲ ହେବନାହିଁ ।

ଏନେଇ ଦୁବାଇର ଜଣେ ଲୋକ ହୁସମ ଜାମ୍ମର ନିଜ କମ୍ପାନୀ ଦ୍ବାରା ଏହି ପ୍ରକାର ଗେଟ୍ ନିର୍ମାଣ କରିଛନ୍ତି । ସମସ୍ତ ସରକାରୀ ଓ ଘରୋଇ କମ୍ପାନୀ ପାଇଁ ଜାମ୍ମରଙ୍କ କମ୍ପାନୀର କର୍ମଚାରୀ ଏହି ଗେଟ୍ ତିଆରି କରିଛନ୍ତି । ଏହା ଆଗାମୀ ଭବିଷ୍ୟତରେ ଲୋକଙ୍କ ଦ୍ବାରା ଅନେକ ଆଦୃତ ହେବ ବୋଲି ସେ ଆଶା ରଖିଛନ୍ତି । ଏହା ଉପରେ ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଯଦି ସାମନାରେ 2ଟି ଲୋକ ଥିବେ । ଜଣକ ହାତରେ ଛୁରୀ, ଅନ୍ୟ ଜଣେ କୋରେନା ସଂକ୍ରମିତ ହୋଇଥିବା ତେବେ ନିଶ୍ଚିତ ଦ୍ବିତୀୟ ବ୍ୟକ୍ତି ଜଣକ ଅଧିକ ବିପଦପୂର୍ଣ୍ଣ । ତେଣୁ ଭବିଷ୍ୟତରେ ବିଶ୍ବବାସୀ ସୁରକ୍ଷା ଦୃଷ୍ଟିରୁ ଏହି ଗେଟ୍ ଉପରେ ଅଧିକ ନିର୍ଭରଶୀଳ ହେବେ ।

ଏହା ମେଟାଲ ଫ୍ରେମରେ ତିଆରି ହୋଇଛି । ଏଥିରେ ତାପମାତ୍ରା ମାପିବା ପାଇଁ ଚୀନରୁ ମଗାଯାଇଥିବା ମେସିନ ଖଞ୍ଜାଯାଇଛି । ଏହା ଭିତର ଦେଇ କେହି ପ୍ରବେଶ କଲେ ପ୍ରଥମେ ତାଙ୍କ ଶରୀରର ତାପମାତ୍ରା ପ୍ରଦର୍ଶିତ ହେବ । ଏହାପରେ ସେ ଏକ ଚ୍ୟାମ୍ବର ଦେଇ ପ୍ରବେଶ କରିବେ ଯେଉଁଠି ପ୍ରତିଷେଧକ ଧୂଆଁରେ ଭର୍ତ୍ତି ଥିବ । ଏହାପରେ ସେ ସମ୍ପୂର୍ଣ୍ଣ ବିଶୋଧନ ହୋଇ ବାହାରିବେ । ଫଳରେ ତାଙ୍କ ଦ୍ବାରା କୋରୋନା ସଂକ୍ରମଣର ଆଶଙ୍କା ଅନେକାଂଶରେ ହ୍ରାସ ପାଇବ ବୋଲି ଜାମ୍ମର କହିଛନ୍ତି । ଏହାକୁ ପ୍ରଥମେ ଦୁବାଇ ପୋଲିସ ବ୍ୟବହାର କରୁଛି । ଆଗାମୀ ଦିନରେ ସମସ୍ତ ସପିଂ ମଲ ଓ କମ୍ପାନୀରେ ଏହାକୁ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଏପର୍ଯ୍ୟନ୍ତ ଦୁବାଇରେ 10 ହଜାର 800 କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 82 ଲୋକଙ୍କ ମୃତ୍ୟୁ ହେବା ସହ 10 ଲକ୍ଷରୁ ଅଧିକ କୋଭିଡ-19 ଟେଷ୍ଟ ହୋଇସାରିଛି । ତେବେ ଦେଶରେ ବିଦେଶରୁ ଆସିଥିବା ନାଗରିକ ଓ ଶ୍ରମିକ ଅଧିକ ଥିବାରୁ ଏଠାରେ କୋରୋନା ସଂକ୍ରମଣର ଦ୍ରୁତ ଗତିରେ ବ୍ୟାପିଛି ବୋଲି ଜଣାପଡିଛି ।

ABOUT THE AUTHOR

...view details