ଓଡିଶା

odisha

ETV Bharat / international

କ୍ବାରେଣ୍ଟାଇନ ପାଇଁ ସମ୍ପତ୍ତି ଦାନ କଲେ ଦୁବାଇରେ ରହୁଥିବା ଭାରତୀୟ - କରୋନା

ଦୁବାଇ ସ୍ଥିତ ଫିଞ୍ଜା ଜୁଏଲାରୀର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଭାରତୀୟ ବ୍ୟବସାୟୀ ଅଜୟ ସୋବରାଜ କୋରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଏକ କ୍ୱାରେଣ୍ଟାଇନ କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଏକ କୋଠା ଦାନ କରିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 30, 2020, 5:22 PM IST

ଦୁବାଇ: ଭୟଙ୍କର ମହାମାରୀ କୋରୋନା ବିରୋଧୀ ଲଢେଇକୁ ଜୟ କରିବା ପାଇଁ ବିଶ୍ୱର ଅନେକ ବଦାନ୍ୟ ବ୍ୟକ୍ତି ମାନବ ସଭ୍ୟତାକୁ ବିନାଶରୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା କରୁଛନ୍ତି । ଏପରିସ୍ଥଳେ ଦୁବାଇ ସ୍ଥିତ ଫିଞ୍ଜା ଜୁଏଲାରୀର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଭାରତୀୟ ବ୍ୟବସାୟୀ ଅଜୟ ସୋବରାଜ କୋରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଏକ କ୍ୱାରେଣ୍ଟାଇନ କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଏକ କୋଠା ଦାନ କରିଛନ୍ତି।

ଦୁବାଇ ସ୍ୱାସ୍ଥ୍ୟ ପ୍ରାଧିକରଣ (DHA) କୁ ସେ ଏକ ଚିଠି ଲେଖି ସହରକୁ ଅସମୟରେ ସହାୟତା କରିବା କଥା ଉଲ୍ଲେଖ କରିଛନ୍ତି । ସୋବରାଜ 25 ବର୍ଷ ଧରି ଦୁବାଇରେ ରହିଆସୁଛନ୍ତି । ଜୁମେରା ହ୍ରଦ ଟାୱାରରେ ସମ୍ପୂର୍ଣ୍ଣ କୋଠା ଦାନ କରିଛନ୍ତି। 77, ୦୦୦ ବର୍ଗଫୁଟ ରେ ପରିବ୍ୟାପ୍ତ ଏହି କୋଠାରେ 400 ଲୋକ ରହିପାରିବେ ।

ଦୁବାଇ ମିଡିଆ କାର୍ଯ୍ୟାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଏହି ବିଲଡିଂରେ ସଫେଇ, ସାନିଟାଇଜେସନ୍ ଏବଂ ଏୟାର କଣ୍ଡିସନର ସେବା ସମେତ ସମସ୍ତ ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ୟୁଏଇରେ ଏପର୍ଯ୍ୟନ୍ତ 570 କୋରୋନା ଭାଇରସ୍ ମାମଲା ରିପୋର୍ଟ ହୋଇଛି ଏହାସହ ୟୁଏଇରେ କୋରୋନାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

@IASNଇନପୁଟ

ABOUT THE AUTHOR

...view details