ରୋସେଓ: ପଳାତକ ମେହୁଲ ଚୋକସିକୁ ନାଗରିକ ମୌଳିକ ଅଧିକାର ଦିଆଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜବେଲ୍ଟ ସ୍କେରିଟ୍ । ଆଗକୁ ଚୋକସୀଙ୍କ ବିଷୟରେ ଅଦାଲତ ହିଁ ଶୁଣାଣି କରିବେ ବୋଲି ସେ କହିଛନ୍ତି ।
13,500 କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ଚୋକସୀ ମେ’ 23ରେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ । ପରେ ସେ ଡୋମିନିକାରେ ଧରାପଡିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସ୍କେରିଟ୍ ପ୍ରଥମ ଥର ପାଇଁ ବିବୃତ୍ତି ଦେଇଛନ୍ତି ।