ରିୟାଦ: ଆଉ ଦିନକ ପରେ ଆରମ୍ଭ ହେବ ପ୍ରସିଦ୍ଧ ହଜ୍ ଯାତ୍ରା । ଚଳିତବର୍ଷ କୋରୋନା ସଂକ୍ରମଣକୁ ନଜରରେ ରଖି ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିୟନ୍ତ୍ରିତ କରାଯାଇଛି । କେତେକ ହାତ ଗଣତି ତୀର୍ଥଯାତ୍ରୀ ଚଳିତ ଥର ଯାତ୍ରାରେ ସାମିଲ ହେବା ନେଇ ଜଣା ପଡିଛି । ଏମାନଙ୍କ ମଧ୍ୟରେ ସାଉଦି ଆରବର ବିଭିନ୍ନ ସହରରୁ ସାମିଲ ହେବାକୁ ଥିବା ତୀର୍ଥ ଯାତ୍ରୀ ତୀର୍ଥ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି ।
ଗତ ଶନିବାରଠାରୁ ସ୍ଥାନୀୟ 5ଟି ସହରରୁ ତୀର୍ଥଯାତ୍ରୀ ଜେଦାହସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏନେଇ ହଜ୍ ଓ ଉମରାହ ମନ୍ତ୍ରଣାଳୟର ସୂଚନ ମୁତାବକ ଶନିବାର ମେଦିନା, ରିୟାଦ, ଆଭା, ତାବୁକ ଓ ଜଜାନରୁ ତୀର୍ଥଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏମାନଙ୍କ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେପଟେ ଚଳିତବର୍ଷର ମହାମାରୀ ସ୍ଥିତି ପାଇଁ କେବଳ ସ୍ଥାନୀୟ ତୀର୍ଥଯାତ୍ରୀଙ୍କ ମଧ୍ୟରେ ହଜ୍ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତ ହୋଇଥିଲା । ଏହି ନିଷ୍ପତ୍ତି ମୁତାବକ ଦେଶରେ ଅବସ୍ଥିତ 160 ଦେଶର ନାଗରିକଙ୍କୁ ଯାତ୍ରାରେ ସାମିଲ ପାଇଁ ଅନୁମତି ମିଳିଛି ।