ଓଡିଶା

odisha

ETV Bharat / international

ନୂଆ ମାମଲା ଚିହ୍ନଟ ସତ୍ତ୍ବେ ଅଷ୍ଟ୍ରେଲିଆରେ କୋହଳ ହେବ କଟକଣା - ଅଷ୍ଟ୍ରେଲିଆରେ କୋରୋନା ଅପଡେଟ

ଅଷ୍ଟ୍ରେଲିଆରେ କଟକଣା କୋହଳ ହେବା ସହ ସିନେମା ହଲ, ପବ୍‌, ରେସ୍ତୋରାଁ, ଜିମ୍‌ ଖୋଲିଛି । ଏଥିସହ ବିଭିନ୍ନ ପର୍ବପର୍ବାଣୀ ପାଳନ ଆରମ୍ଭ ହୋଇଛି । ଦେଶରେ ଖୁବଶୀଘ୍ର କ୍ରୀଡା ପ୍ରତିଯୋଗିତା ଆୟୋଜନ ନେଇ ମଧ୍ୟ ସୂଚନା ରହିଛି ।

corona situation in australia, corona update australia, corona restrictions ease in australia, ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି, ଅଷ୍ଟ୍ରେଲିଆରେ କୋରୋନା ଅପଡେଟ, ଅଷ୍ଟ୍ରେଲିଆରେ କଟକଣା କୋହଳ
ନୂଆ ମାମଲା ଚିହ୍ନଟ ସତ୍ତ୍ବେ ଅଷ୍ଟ୍ରେଲିଆରେ କୋହଳ ହେବ କଟକଣା

By

Published : Jun 17, 2020, 1:50 AM IST

କାନବେରା: ଅଷ୍ଟ୍ରେଲିଆରେ ଦ୍ରୁତ ବେଗରେ କୋହଳ ହେବାରେ ଲାଗିଛି କୋରୋନା କଟକଣା । ଇତି ମଧ୍ୟରେ ଦେଶରେ ଏକାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସତ୍ତ୍ବେ ସରକାର ନିଜ ପଦକ୍ଷେପ ଉପରେ ବିଶ୍ବାସ ଜାହିର କରିଛନ୍ତି । ସାମାନ୍ୟ ସଚେତନତା ଦ୍ବାରା କୋରୋନା ସଂକ୍ରମଣ ସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ରାଜ୍ୟ ସରକାରମାନେ ଆଶା ରଖିଛନ୍ତି । ସେପଟେ ଖୁବଶୀଘ୍ର ଦେଶରେ କ୍ରୀଡାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଜଣା ପଡିଛି ।

ଦେଶରେ କଟକଣା କୋହଳ ହେବା ସହ ସିନେମା ହଲ, ପବ୍‌, ରେସ୍ତୋରାଁ, ଜିମ୍‌ ଖୋଲିଛି । ଏଥିସହ ବିଭିନ୍ନ ପର୍ବପର୍ବାଣୀ ପାଳନ ଆରମ୍ଭ ହୋଇଛି । ଦେଶରେ ଖୁବଶୀଘ୍ର କ୍ରୀଡା ପ୍ରତିଯୋଗିତା ଆୟୋଜନ ନେଇ ମଧ୍ୟ ସୂଚନା ରହିଛି । ଏଥିପାଇଁ ଜଣଙ୍କ ପ୍ରତି 4 ବର୍ଗ ମିଟର ସ୍ଥାନ ହିସାବରେ ଗୋଟିଏ ଷ୍ଟାଡିୟମର କ୍ଷମତାକୁ 40,000ରୁ 10,000କୁ ହ୍ରାସ କରାଯାଇଛି । ସେପଟେ ଜୁଲାଇ 1ରୁ ନ୍ୟୁ ସାଉଥ ୱେଲ୍ସରେ ସମସ୍ତ ବ୍ୟବସାୟ ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଜଣା ପଡିଛି ।

ପବ୍‌ରେ କ୍ଷମତାକୁ 20ରୁ 50କୁ ବୃଦ୍ଧି କରାଯାଇଥିବା ମଧ୍ୟ ଜଣା ପଡିଛି । ଏସବୁ ଭିତରେ କୌଣସି ବ୍ୟକ୍ତି ଯଦି ଥଣ୍ଡା କାସ ପରି ଅସୁବିଧା ଭୋଗନ୍ତି ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ସମ୍ପର୍କ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦେଶରେ ଲକଡାଉନ ପରିସ୍ଥିତି ପାଇଁ ଲୋକେ ଅନେକ ଅସୁବିଧା ଭୋଗିବା ସହ ଅର୍ଥନୀତି ମଧ୍ୟ ନଇଁ ପଡିଥିଲା । ତେଣୁ ଦେଶକୁ ଟ୍ରାକକୁ ଫେରାଇବା ପାଇଁ ଏପରି ନିୟାମକର ଆବଶ୍ୟକତା ରହିଥିବା ସରକାର ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଦେଶର ପଶ୍ଚିମାଞ୍ଚଳ ଓ କ୍ବିନ୍ସଲ୍ୟାଣ୍ଡରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସୂଚନା ରହିଛି । ତେଣେ ସାଉଥ ୱେଲ୍ସରେ ଲାଗୁ ରହିଥିବା ଯାତାୟତଜନିତ କଟକଣା ଜୁଲାଇ 20ଯାଏଁ ବଳବତ୍ତର ରହିବା ନେଇ ସ୍ପଷ୍ଟ ହୋଇଛି । ସୂଚନା ମୁତାବକ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 7333 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 102ରେ ସ୍ଥିର ରହିଛି ।

@IANS

ABOUT THE AUTHOR

...view details