ଓଡିଶା

odisha

ETV Bharat / international

ବୟସ୍କଙ୍କ ପାଇଁ ଉପକାରୀ ଡାନ୍ସ ଥେରାପି - ଲାଇଫଷ୍ଟାଇଲ ଖବର

ଡାନ୍ସ ଥେରାପି ଦ୍ବାରା ଆଧୁନିକ ଯୁବପିଢି ଓ ବୟସ୍କାଙ୍କ ଭିତରେ ସମ୍ପର୍କରେ ଦୃଢତା ଆସିଥିଲା । ସେମାନେ ପରସ୍ପରକୁ ଅଧିକ ଭଲ ଭାବେ ଜାଣିଥିଲେ । ଅଧିକ ପଢନ୍ତୁ...

ବୟସ୍କଙ୍କ ପାଇଁ ଉପକାରୀ ଡାନ୍ସ ଥେରାପି
ବୟସ୍କଙ୍କ ପାଇଁ ଉପକାରୀ ଡାନ୍ସ ଥେରାପି

By

Published : May 1, 2020, 8:20 PM IST

ଜେରୁଜେଲମ: ବୟସ ବଢିବା ସହ ଦୁର୍ବଳ ହୋଇପଡନ୍ତି ଲୋକେ । କାମ କରିବାର ଇଚ୍ଛାଶକ୍ତି କମିବା ସହ ଅନେକ ଲୋକଙ୍କ ସହ ସମ୍ପର୍କ ରଖିବାରେ ଅନିଚ୍ଛା ପ୍ରକାଶ କରନ୍ତି । ତେବେ ଏପରି ସମୟରେ ଡାନ୍ସ ଥେରାପି ବୟସ୍କ ଲୋକଙ୍କ ପାଇଁ ଏକ ଚତ୍ମକାରୀ ପଦକ୍ଷେପ ବୋଲି ପ୍ରମାଣ ହୋଇଛି ।

ଇସ୍ରାଏଲର କିବ୍ବୁଟଜିମ କଲେଜ ଓ ହାଇଫା ବିଶ୍ବବିଦ୍ୟାଳୟର ରିସର୍ଚ୍ଚରମାନେ ଏହା ଉପରେ ଏକ ଅଧ୍ୟୟନ କରିଥିଲେ ଯାହାର ଫଳାଫଳ ସାଇକୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଏଥିପାଇଁ 16 ଜଣ ଡାନ୍ସ ଥେରାପି ସ୍ପେଶାଲିଷ୍ଟଙ୍କୁ ସେମାନଙ୍କ ଜେଜେମାଆଙ୍କ ସହ ଡାନ୍ସ କ୍ଲାସରେ ଆଡମିଟ କରାଯାଇଥିଲା । ଏଠାରେ ସେମାନଙ୍କୁ ତିନି ପ୍ରକାର ସେସନରେ ଡାନ୍ସ ଥେରାପି ପ୍ରଦାନ କରାଯାଇଥିଲା ।

ସମସ୍ତ ସେସନର ଭିଡିଓରୁ ରିସର୍ଚ୍ଚରମାନେ ଗବେଷଣା ଓ ବିଶ୍ଳେଷଣ କରିଥିଲେ । ଏଥିରେ ଦେଖାଯାଇଥିଲା ଯେ ବୟସ୍କ ବ୍ୟକ୍ତିମାନେ ଡାନ୍ସ ଥେରାପି ପରେ ଅଧିକ ଆକ୍ଟିଭ ଓ ଫ୍ରେସ ରହୁଛନ୍ତି । ସେମାନେ ଭିତରେ ଏକପ୍ରକାର ସକରାତ୍ମକ ଭାବନା ବୃଦ୍ଧି ପାଉଥିବା ଦେଖାଯାଉଛି । ଏହାସହ ସେମାନଙ୍କ ମୁଡରେ ଅଦ୍ଭୁତପ୍ରକାର ପରିବର୍ତ୍ତନ ଆସିଥିଲା । ସବୁବେଳେ ନିସ୍ତେଜ ଓ ହାଲିଆ ହୋଇପଡୁଥିବା ବୃଦ୍ଧା ଡାନ୍ସ ଥେରାପି ପରେ ଆକ୍ଟିଭ ରହୁଥିଲେ ।

ଡାନ୍ସ ଥେରାପି ଦ୍ବାରା ଆଧୁନିକ ଯୁବପିଢି ଓ ବୟସ୍କାଙ୍କ ଭିତରେ ସମ୍ପର୍କରେ ଦୃଢତା ଆସିଥିଲା । ସେମାନେ ପରସ୍ପରକୁ ଅଧିକ ଭଲ ଭାବେ ଜାଣିଥିଲେ । ପୂର୍ବରୁ ଭଲ ଭାବେ ମିଶିନଥିବା ଉଭୟ ପିଢି ଏହି ଥେରାପି ସମୟରେ ଖୁବ ଖୁସି ଓ ମଜା ସହକାରେ ପରସ୍ପର ସହ କଥାବାର୍ତ୍ତା କରିଥିଲେ । ସେମାନଙ୍କ ସମ୍ପର୍କ ଦୃଢୀଭୂତ ହେବା ସହ ଅଧିକ ସମୟ ଏକାଠି ବିତାଇବା ଦ୍ବାରା ଉଭୟ ପିଢିର ବିଭିନ୍ନ ଅବସାଦ ଦୂର ହୋଇଥିବା ଏହି ରିସର୍ଚ୍ଚରୁ ଜଣାପଡିଛି ।

ସେହିପରି ଡାନ୍ସ ଥେରାପି ଦ୍ବାରା ଶାରୀରିକ ସ୍ତରରେ ବୟସ୍କମାନେ ଅଧିକ ସକ୍ରିୟ ଥିଲେ । ଡାନ୍ସ ମଧ୍ୟ ଏକ ଉତ୍ତମ ବ୍ୟାୟାମ ଯାହା ମାଂସପେଶୀକୁ ଦୃଢ କରିଥାଏ । ଏହାଦ୍ବାରା ରକ୍ତ ସଞ୍ଚାଳନ ଉତ୍ତମ ହୋଇଥାଏ । ବିଭିନ୍ନ ପ୍ରକାର ଅବସାଦ ଦୂର କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଏହା ବୟସ୍କଙ୍କ ପାଇଁ ଅଧିକ ଉପକାରୀ ସାବ୍ୟସ୍ତ ହୋଇଛି ବୋଲି ରିସର୍ଚ୍ଚର କହିଥିଲେ ।

ABOUT THE AUTHOR

...view details