ଓଡିଶା

odisha

ETV Bharat / international

ନ୍ୟୁଜିଲ୍ୟାଣ୍ଡରେ କୋରୋନା ସଂକ୍ରମଣଙ୍କ ଦ୍ରୁତ ହ୍ରାସ: ରିପୋର୍ଟ - କୋରୋନୋ ସଂକ୍ରମଣ ହ୍ରାସ

ନ୍ୟୁଜିଲ୍ୟାଣ୍ଡ ଏପରି କିଛି କରିବାରେ ସଫଳ ହୋଇଛି ଯାହା ଅନେକ ଦେଶ ଚାହୁଁଛନ୍ତି । ଦେଶ ଚାରି ଦିନ ଧରି କ୍ରମାଗତ ଭାବରେ କୋରୋନା ଭାଇରସ୍ ସଂକ୍ରମଣ ରିପୋର୍ଟରେ ହ୍ରାସ ଘଟିଛି। ଅଧିକ ପଢନ୍ତୁ...

New Zealand
ନ୍ୟୁଜିଲ୍ୟାଣ୍ଡରେ କୋରୋନା ସଂକ୍ରମଣର ଦ୍ରୁତ ହ୍ରାସ: ରିପୋର୍ଟ

By

Published : Apr 10, 2020, 10:30 PM IST

ୱେଲିଂଟନ: ସାରା ବିଶ୍ବ କୋରୋନା କବଳରୁ ରକ୍ଷା ପାଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି । ଏପରିସ୍ଥଳେ ଅନେକ ରାଷ୍ଟ୍ର କୋରୋନା ସଂକ୍ରମଣ ହ୍ରାସ କରିବାରେ ସଫଳ ହେବାରେ ଲାଗିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏପରି କିଛି କରିବାରେ ସଫଳ ହୋଇଛି ଯାହା ଅନେକ ଦେଶ ଚାହୁଁଛନ୍ତି । ଦେଶରେ ଚାରି ଦିନ ଧରି କ୍ରମାଗତ ଭାବରେ କୋରୋନା ଭାଇରସ୍ ସଂକ୍ରମଣ ରିପୋର୍ଟରେ ହ୍ରାସ ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଦେଶ 29 ଟି ପଜିଟିଭ କେସ ରହିଥିଲା । ଏବେ ଏହା କମିବାରେ ଲାଗିଛି । ନ୍ୟୁଜିଲ୍ୟାଣ୍ଡରେ ମୋଟ କୋରୋନା ଭାଇରସ୍ ସଂକ୍ରମଣକୁ 1,239ରେ ପହଞ୍ଚାଇଛି । ଦେଶରେ ଏହି ଭାଇରସ ହେତୁ ଗୋଟିଏ ମୃତ୍ୟୁ ଘଟିଛି ଏବଂ କେବଳ 14 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 317 ଜଣ ଲୋକ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

50 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଦ୍ବୀପ ନ୍ୟୁଜିଲ୍ୟାଣ୍ଡ ଏକ ମାସର ଲକଡାଉନ୍ ମାଧ୍ୟମରେ ଜିତିଛି । ଯାହା କେବଳ ଭାଇରସ ପରାସ୍ତ କରିବା ନୁହେଁ, ବରଂ ଏହାକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ।

@IANSଇନପୁଟ

ABOUT THE AUTHOR

...view details