ଓଡିଶା

odisha

ETV Bharat / international

କୋରୋନା ପ୍ରକୋପରେ ଅଷ୍ଟ୍ରେଲିଆରେ ବଢିପାରେ 50% ଆତ୍ମହତ୍ୟା ହାର

ଅଷ୍ଟ୍ରେଲିଆର ମାନସିକ ସ୍ବାସ୍ଥ୍ୟାଧିକାରୀମାନଙ୍କୁ ସୂଚନା ମୁତାବକ ଦେଶରେ ବାର୍ଷିକ 3000 ଆତ୍ମହତ୍ୟା ହୋଇଥାଏ । ହେଲେ ଏବେ ଲକଡାଉନ ପାଇଁ ଏହି ହାର 50 ପ୍ରତିଶତ ବଢିବା ସହ ବାର୍ଷିକ 1500 ନୂଆ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିବ ।

corona imapct, corona impact on australia, sucidal rate in australia, corna may hike sucidal rate, କୋରୋନା ପ୍ରକୋପ, ଅଷ୍ଟ୍ରେଲିଆରେ କୋରୋନା ପ୍ରଭାବ, ଅଷ୍ଟ୍ରେଲିଆରେ ଆତ୍ମହତ୍ୟା ହାର, କୋରୋନା ବଢାଇବ ଆତ୍ମହତ୍ୟା ହାର
କୋରୋନା ପ୍ରକୋପରେ ଅଷ୍ଟ୍ରେଲିଆରେ 50% ବଢିପାରେ ଆତ୍ମହତ୍ୟା ହାର

By

Published : May 7, 2020, 11:53 PM IST

କାନବେରା: ମହାମାରୀ କୋରୋନା ପ୍ରକୋପରେ ଅନେକ ରାଷ୍ଟ୍ରର ଅର୍ଥନୈତିକ ଅଣ୍ଟା ଭାଙ୍ଗିପଡିଥିବା ବେଳେ ଲକଡାଉନ ପାଇଁ ଅସ୍ଥିର ହୋଇଛି ମାନସିକ ସ୍ଥିତି । ଏନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କି ଅଷ୍ଟ୍ରେଲିଆରେ ଲକଡାଉନର ଅତି ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହା ବର୍ତ୍ତମାନର ଯୁବଗୋଷ୍ଠୀକୁ ମାନସିକ ସ୍ତରରେ ଅସ୍ଥିର କରିବା ସହ ଏହା ଆତ୍ମହତ୍ୟା ହାରକୁ ବଢାଇବାର ସମ୍ଭାବନା ସୃଷ୍ଟି କରିଛି ।

ଅଷ୍ଟ୍ରେଲିଆର ମାନସିକ ସ୍ବାସ୍ଥ୍ୟାଧିକାରୀମାନଙ୍କୁ ସୂଚନା ମୁତାବକ ଦେଶରେ ବାର୍ଷିକ 3000 ଆତ୍ମହତ୍ୟା ହୋଇଥାଏ । ହେଲେ ଏବେ ଲକଡାଉନ ପାଇଁ ଏହି ହାର 50 ପ୍ରତିଶତ ବଢିବା ସହ ବାର୍ଷିକ 1500 ନୂଆ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିବ । ତେବେ ଏହି ଆତ୍ମହତ୍ୟାର ଚିନ୍ତା ମୁଖ୍ୟତଃ ଯୁବପୀଢି ମନରେ ଆସିବାରେ ଆଶଙ୍କା ପ୍ରକାଶ ପାଇଛି । ଯେଉଁଥିରେ 15ରୁ 25 ବର୍ଷର ଲୋକେ ସାମିଲ ରହିବେ ।

ଲକଡାଉନ ଓ ମହାମାରୀର ମିଳିତ ପ୍ରଭାବରେ ଅଷ୍ଟ୍ରେଲିଆର ଅର୍ଥନୀତି ବିଗିଡିବା ସହ ଏହା ବେରୋଜଗାର ମାତ୍ରା ବଢାଇଛି । ଯାହା ଯୁବପୀଢିଙ୍କୁ ହତାଶ କରିଛି । ତେବେ ଆତ୍ମହତ୍ୟାକୁ ନେଇ ଆକଳନ ହୋଇଥିବା ପରିସ୍ଥିତି ଆଗାମୀ 5 ବର୍ଷ ଯାଏଁ ବଳବତ୍ତର ରହିପାରେ । ସେପଟେ ସ୍ଥିତି ଯଦି ଅଧିକ ବିଗିଡେ ତେବେ ଆତ୍ମହତ୍ୟା ହାର ଆହୁରି ବଢିବ ବୋଲି ଚେତାବନୀ ଦିଆଯାଇଛି ।

@IANS

ABOUT THE AUTHOR

...view details