ଓଡିଶା

odisha

ETV Bharat / international

କୋରୋନା ଭୟ: ଆଣ୍ଟାର୍କଟିକାରେ ଗବେଷଣା ମାତ୍ରା ହ୍ରାସ କଲା ନ୍ୟୁଜିଲାଣ୍ଡ - ଆଣ୍ଟାର୍କଟିକାରେ ଗବେଷଣା କମାଇଲା ନ୍ୟୁଜିଲାଣ୍ଡ

କୋରୋନା ସଂକ୍ରମଣ ବର୍ତ୍ତମାନ ବଢିଚାଲିଥିବା ବେଳେ ଆଣ୍ଟାର୍କଟିକାରେ ଯେପରି ଏହି ସଂକ୍ରମଣ ନପହଞ୍ଚେ ସେନେଇ ପଦକ୍ଷେପ ଗ୍ରହଣ କରିଛି ନ୍ୟୁଜିଲାଣ୍ଡ । ଏନେଇ ଆଣ୍ଟାର୍କଟିକାରେ ରହିଥିବା ନ୍ୟୁଜିଲାଣ୍ଡର ଗବେଷଣା କେନ୍ଦ୍ର ଆଗାମୀ ଦିନରେ ହେବାକୁ ଥିବା ଏହାର ପ୍ରୋଜେକ୍ଟ ସଂଖ୍ୟା କମାଇବା ଆରମ୍ଭ କରିଛି ।

coronafree antarctica, new zealand research in antarctica, new zealand cuts reserch numbers in new zealand, save antarctica from corona, କୋରୋନାମୁକ୍ତ ଆଣ୍ଟାର୍କଟିକା, ଆଣ୍ଟାର୍କଟିକାରେ ନ୍ୟୁଜିଲାଣ୍ଡର ଗବେଷଣା, ଆଣ୍ଟାର୍କଟିକାରେ ଗବେଷଣା କମାଇଲା ନ୍ୟୁଜିଲାଣ୍ଡ, କୋରୋନାରୁ ଆଣ୍ଟାର୍କଟିକାକୁ ସୁରକ୍ଷା
କୋରୋନା ଭୟ: ଆଣ୍ଟାର୍କଟିକାରେ ଗବେଷଣା ମାତ୍ରା ହ୍ରାସ କଲା ନ୍ୟୁଜିଲାଣ୍ଡ

By

Published : Jun 9, 2020, 8:43 PM IST

ୱେଲିଂଟନ: କୋରୋନା ସଂକ୍ରମଣ ବର୍ତ୍ତମାନ ବଢିଚାଲିଥିବା ବେଳେ ଆଣ୍ଟାର୍କଟିକାରେ ଯେପରି ଏହି ସଂକ୍ରମଣ ନପହଞ୍ଚେ ସେନେଇ ପଦକ୍ଷେପ ଗ୍ରହଣ କରିଛି ନ୍ୟୁଜିଲାଣ୍ଡ । ଏନେଇ ଆଣ୍ଟାର୍କଟିକାରେ ରହିଥିବା ନ୍ୟୁଜିଲାଣ୍ଡର ଗବେଷଣା କେନ୍ଦ୍ର ଆଗାମୀ ଦିନରେ ହେବାକୁ ଥିବା ଏହାର ପ୍ରୋଜେକ୍ଟ ସଂଖ୍ୟା କମାଇବ। ଏହି ମହାଦେଶକୁ କୋରୋନାମୁକ୍ତ ରଖିବାର ପ୍ରୟାସରେ ନ୍ୟୁଜିଲାଣ୍ଡ ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଛି ।

ଏନେଇ ସରକାରୀ ଏଜେନ୍ସି ସୂଚନା ଦେଇଛି କି ନ୍ୟୁଜିଲାଣ୍ଡ ନିଜର 36ଟି ପ୍ରୋଜେକ୍ଟରୁ ବର୍ତ୍ତମାନ 23ଟି ପ୍ରୋଜେକ୍ଟକୁ ବାତିଲ କରିଛି । କେବଳ ଦୀର୍ଘସ୍ଥାୟୀ ସାଇନ୍ସ ମନିଟରିଂ ପ୍ରୋଜେକ୍ଟ, ଆବଶ୍ୟକୀୟ ଅପରେସନାଲ ଆକ୍ଟିଭିଟି ଓ ଯୋଜନାଗତ ମେଣ୍ଟେନାନ୍ସ କାର୍ଯ୍ୟ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ମୁଖ୍ୟତଃ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଏହି ଗବେଷଣା କାର୍ଯ୍ୟ ହୋଇଥାଏ ।

ଏମିତିରେ ଆଣ୍ଟାର୍କଟିକାକୁ କୋରୋନାମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ନ୍ୟୁଜିଲାଣ୍ଡର ପଦକ୍ଷେପକୁ ଛୁଟିଛି ପ୍ରଶଂସାରୁ ସୁଅ । ତେବେ କେବଳ ନ୍ୟୁଜିଲାଣ୍ଡ ନୁହେଁ, ଅଷ୍ଟ୍ରେଲିଆ ମଧ୍ୟ ଗ୍ରୀଷ୍ମକାଳୀନ ପ୍ରୋଜେକ୍ଟ ସଂଖ୍ୟା କମାଇବା ପାଇଁ ପୂର୍ବରୁ ଘୋଷଣା କରିସାରିଛି । ଉଭୟେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଏହାଦ୍ବାରା ବିଜ୍ଞାନ କ୍ଷେତ୍ରରେ ଯୋଜନାବଦ୍ଧ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟରେ ବିଳମ୍ବ ହେବ ନିଶ୍ଚୟ । ହେଲେ ଏହା ଆଣ୍ଟାର୍କଟିକାର ସୁରକ୍ଷାଠାରୁ ଉପରେ ନୁହେଁ ।

@IANS

ABOUT THE AUTHOR

...view details