ଓଡିଶା

odisha

ETV Bharat / international

ଏୟାରଷ୍ଟ୍ରାଇକ୍‌ରେ ଦକ୍ଷିଣ ଏସିଆ ଅଲକାଏଦା ମୁଖ୍ୟ ଅସିମ ଓମାର ନିହତ - Asim Umar killed

ଆଫିଗାନିସ୍ଥାନର ଦକ୍ଷିଣ ପ୍ରାନ୍ତର ମୁସାକଲା ଜିଲ୍ଲାରେ ଆମେରିକା-ଆଫଗାନିସ୍ଥାନ ସେନାର ମିଳିତ ଏୟାର ଷ୍ଟ୍ରାଇକରେ ଦକ୍ଷିଣ ଏସିଆର ଅଲ୍‌-କାଏଦା ମୁଖ୍ୟ ଅସିମ ଓମାର ନିହତ ହୋଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 8, 2019, 11:14 PM IST

ନୂଆଦିଲ୍ଲୀ: ନିହତ ହେଲା ଦକ୍ଷିଣ ଏସିଆର ଅଲ୍‌-କାଏଦା ମୁଖ୍ୟ ଅସିମ୍‌ ଓମାର । ଆଫିଗାନିସ୍ଥାନର ଦକ୍ଷିଣ ପ୍ରାନ୍ତର ମୁସାକଲା ଜିଲ୍ଲାରେ ଆମେରିକା-ଆଫଗାନିସ୍ଥାନ ସେନାର ମିଳିତ ଏୟାର ଷ୍ଟ୍ରାଇକରେ ଅସିମ ନିହତ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ@NDSAfghanistan

ବର୍ଷ ୨୦୧୪ ପରଠାରୁ ଓମାର ଦକ୍ଷିଣ ଏସିଆରେ ଅଲ୍‌ କାଏଦାର ନେତୃତ୍ବ ନେବା ଆରମ୍ଭ କରିଥିଲା । ଆଫଗାନିସ୍ଥାନ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ରେ ହେମମନ୍ଦ ପ୍ରାନ୍ତସ୍ଥିତ ମୁସାକାଲା ଜିଲ୍ଲାରେ ତାଲିବାନ ଆତଙ୍କୀ ଶିବିରରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏଥିରେ ଓମାରର ମୃତ୍ୟୁ ହୋଇଥିଲା ।

ଏହି ଆକ୍ରମଣରେ ଓମାର ସହିତ ଅଲକାଏଦାର 6 ସଦସ୍ୟ ମଧ୍ୟ ଷ୍ଟ୍ରାଇକରେ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଓମାରକୁ ବିଶ୍ବର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଥିଲା ।

ABOUT THE AUTHOR

...view details