ଓଡିଶା

odisha

ETV Bharat / international

ସ୍ବଦେଶ ଫେରିବେ କାନାଡା ନାଗରିକ, ସହଯୋଗ ପାଇଁ ମୋଦିଙ୍କୁ ଟ୍ରୁଡୋଙ୍କ ଧନ୍ୟବାଦ - ସ୍ବଦେଶ ଫେରିବେ କାନାଡା ନାଗରିକ

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କାନାଡା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋ। ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ଭାରତରେ ଫସି ରହିଥିବା କାନାଡିୟମାନଙ୍କୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇଥିବାରୁ ଟ୍ରୁଡୋ କୃତଜ୍ଞତା ଜଣାଇଛନ୍ତି।

Canadian PM thanks India for help
ସ୍ବଦେଶ ଫେରିବେ କାନାଡା ନାଗରିକ, ସହଯୋଗ ପାଇଁ ମୋଦିଙ୍କୁ ଟ୍ରୁଡୋଙ୍କ ଧନ୍ୟବାଦ

By

Published : Apr 29, 2020, 9:12 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କାନାଡା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋ। ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ଭାରତରେ ଫସି ରହିଥିବା କାନାଡିୟମାନଙ୍କୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇଥିବାରୁ ଟ୍ରୁଡୋ କୃତଜ୍ଞତା ଜଣାଇଛନ୍ତି।

ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରୁଡୋଙ୍କ ଫୋନ ଯୋଗେ ବାର୍ତ୍ତାଳପ ହୋଇଥିଲା। ଯେଉଁଥିରେ ଏହି ସମସ୍ତ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହା ସହ କାନାଡାରେ ଫଶି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଉଥିବାରୁ ମୋଦି ଟ୍ରୁଡୋଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଥିଲେ।

ସୂଚନା ଥାଉକି, ବର୍ତ୍ତମାନ ସମୟରେ ପ୍ରାୟ ଦୁଇ ଲକ୍ଷ ଛାତ୍ରଙ୍କ ସମେତ ତିନି ଲକ୍ଷରୁ ଅଧିକ ଭାରତୀୟ କାନାଡାରେ ଅଛନ୍ତି। ତେବେ ଭାରତ ସରକାର ଏହାର ହାଇ କମିଶନ ଏବଂ ପରାମର୍ଶ ଦାତାଙ୍କ ମାଧ୍ୟମରେ ଫଶି ରହିଥିବା ଭାରତୀୟଙ୍କ ସୁବିଧା ଦିଗରେ କାର୍ଯ୍ୟ କରୁଛନ୍ତି।

ସେହିପରି ପ୍ରାୟ 40,000 କାନାଡିୟ ବର୍ତ୍ତମାନ ଭାରତରେ ଫଶି ରହିଥିଲେ। ନୂଆଦିଲ୍ଲୀରୁ ଏପର୍ଯ୍ୟନ୍ତ 14 ଟି ସ୍ୱତନ୍ତ୍ର ବିମାନ ଉଡ଼ାଣରେ ସ୍ବଦେଶ ପଠାଇବାକୁ ଭାରତ ସାହାଯ୍ୟ କରିଛି।

ଖବର ଥାଉକି, ଏହି ସପ୍ତାହର ଶେଷ ସୁଦ୍ଧା ଭାରତରୁ ପାଞ୍ଚ ମିଲିୟମ HCQ ଟାବଲେଟ କାନାଡାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ କୋରୋନା ସଞ୍ଜୀବନୀ କୁହାଯାଉଥିବା ଏହି ଆଣ୍ଟି ମ୍ୟାଲେରିଆ ଔଷଧ ରପ୍ତାନୀ ପାଇଁ ଭାରତର ସାହାଯ୍ୟକୁ କାନାଡା ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ABOUT THE AUTHOR

...view details