ଓଡିଶା

odisha

ETV Bharat / international

ସୁସ୍ଥ ହୋଇ ନାହାଁନ୍ତି ବ୍ରାଜିଲ ରାଷ୍ଟ୍ରପତି: ଦ୍ବିତୀୟ ଥର ଟେଷ୍ଟ ରିପୋର୍ଟ ଆସିଲା ପଜିଟିଭ - ଜାୟର ବୋଲସନାରୋ

କୋରୋନା ଭାଇରସ ପାଇଁ ଚିକିତ୍ସିତ ହେଉଥିବା ବ୍ରାଜିଲର ରାଷ୍ଟ୍ରପତି ବୋଲସନାରୋଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିନାହିଁ। ରାଷ୍ଟ୍ରପତି ବୋଲସନାରୋଙ୍କ କୋରୋନା ଟେଷ୍ଟ ରିପୋର୍ଟ ଦ୍ବିତୀୟ ଥର ପାଇଁ ପଜିଟିଭ ଆସିଛି।

ଜାୟର ବୋଲସନାରୋ
ଜାୟର ବୋଲସନାରୋ

By

Published : Jul 16, 2020, 12:52 PM IST

ସାଓପାଉଲୋ: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ନେଇ ଖରାପ ଖବର ଆସିଛି । କୋରୋନା ଭାଇରସ ପାଇଁ ଚିକିତ୍ସିତ ହେଉଥିବା ବୋଲସନାରୋଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିନାହିଁ। ରାଷ୍ଟ୍ରପତି ବୋଲସନାରୋଙ୍କ କୋରୋନା ଟେଷ୍ଟ ରିପୋର୍ଟ ଦ୍ବିତୀୟ ଥର ପାଇଁ ପଜିଟିଭ ଆସିଛି।

କୋରୋନାରେ ଆକ୍ରାନ୍ତ ହେବାର ପ୍ରାୟ 1 ସପ୍ତାହ ପରେ ପୁଣିଥରେ ତାଙ୍କର କୋରୋନା ପରୀକ୍ଷଣ ହୋଇଥିଲା । ତେବେ ତାଙ୍କ ରିପୋର୍ଟ ପୁଣି ଥରେ ପଜିଟିଭ ଆସିଥିବା ରାଷ୍ଟ୍ରପତି ଜାୟର ବୋଲସନାରୋ ନିଶ୍ଚିତ କରିଛନ୍ତି । ତେବେ ଆସନ୍ତା କିଛି ଦିନ ପରେ ପୁଣିଥରେ ତାଙ୍କର କୋରୋନା ପରୀକ୍ଷଣ କରାଯିବ । ସେହିସମୟରେ ସବୁକିଛି ଠିକ ହୋଇଯିବ ଏବଂ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ପୋଷଣ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

ଭାଇରସ ଦ୍ବାରା ସୃଷ୍ଟି ହେଉଥିବା ବିପଦକୁ ସେ ସ୍ବଳ୍ପ ଜ୍ବର ବୋଲି କହିଛନ୍ତି । ଏହା ଦ୍ବାରା ସେ ଗୁରୁତର ଭାବରେ ପ୍ରଭାବିତ ହେବେ ନାହିଁ । କିଛି ଦିନ ମଧ୍ୟରେ ସେ ପୁନର୍ବାର ପରୀକ୍ଷା କରିବେ ବୋଲି କହିଛନ୍ତି । ବୋଲସନାରୋ ବର୍ତ୍ତମାନ ବ୍ରାଜିଲିଆର ଆଲଭୋରାଡା ପ୍ୟାଲେସରେ ଅଛନ୍ତି । ତାଙ୍କ ସହ ଡାକ୍ତରୀ ଦଳ ମଧ୍ୟ ରହି ତାଙ୍କର ଚିକିତ୍ସା କରୁଛନ୍ତି । ମଙ୍ଗଳବାର ସକାଳେ ତାଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା । ତାଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଥିବା ପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ ଯେ, ବୋଲସନାରୋ ଜୁଲାଇ 7ରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ନିଜେ ଘୋଷଣା କରିଥିଲେ । ଜ୍ୱର ଏବଂ ସାଧାରଣ ଅସ୍ୱାଭାବିକତା ପରେ ସେ ବ୍ରାଜିଲର ସଶସ୍ତ୍ର ବାହିନୀ ଡାକ୍ତରଖାନାରେ କୋରୋନା ପରୀକ୍ଷଣ କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ବୋଲସନାରୋଙ୍କୁ 65 ବର୍ଷ ବୟସ ହୋଇଛି । ଏହି ବୟସରେ କୋରୋନା ଭାଇରସରେ ଆକ୍ରାନ୍ତ ହେବାପରେ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞ ବିବେଚନା କରନ୍ତି ।

ABOUT THE AUTHOR

...view details