ଓଡିଶା

odisha

ETV Bharat / international

ବିପର୍ଯ୍ୟୟ ସ୍ଥିତିକୁ ପ୍ରବେଶ କରୁଛି ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ - ଅଷ୍ଟ୍ରେଲିଆରେ କୋରୋନା ଅପଡେଟ

ଅଷ୍ଟ୍ରେଲିଆରେ ବିତ୍ପାତ୍ତ ସୃଷ୍ଟି କରିଛି କୋରୋନା ସଂକ୍ରମଣ । ଯେଉଁଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭିକ୍ଟୋରିଆ ରାଜ୍ୟ । ଭିକ୍ଟୋରିଆରେ କୋରୋନା ସ୍ଥିତି ଏତେ ସଙ୍ଗୀନ ହୋଇ ପଡିଛି କି ରବିବାର ରାଜ୍ୟ ବିପର୍ଯ୍ୟୟ ସ୍ଥିତିରେ ପ୍ରବେଶ କରିଛି ।

corona situation in australia, corona fight in australia, corona update in australia, corona update in victoria, ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି, ଅଷ୍ଟ୍ରେଲିଆରେ କୋରୋନା ମୁକାବିଲା, ଅଷ୍ଟ୍ରେଲିଆରେ କୋରୋନା ଅପଡେଟ, ଭିକ୍ଟୋରିଆରେ କୋରୋନା ଅପଡେଟ
ବିପର୍ଯ୍ୟୟ ସ୍ଥିତିକୁ ପ୍ରବେଶ କରୁଛି ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ

By

Published : Aug 3, 2020, 6:36 AM IST

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ବିତ୍ପାତ୍ତ ସୃଷ୍ଟି କରିଛି କୋରୋନା ସଂକ୍ରମଣ । ଯେଉଁଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭିକ୍ଟୋରିଆ ରାଜ୍ୟ । ଭିକ୍ଟୋରିଆରେ କୋରୋନା ସ୍ଥିତି ଏତେ ସଙ୍ଗୀନ ହୋଇ ପଡିଛି କି ରବିବାର ରାଜ୍ୟ ବିପର୍ଯ୍ୟୟ ସ୍ଥିତିରେ ପ୍ରବେଶ କରିଛି । ଅନ୍ୟପଟେ ରାଜଧାନୀ ମେଲବୋର୍ଣ୍ଣରେ ଚତୁର୍ଥ ପର୍ଯ୍ୟାୟ କଟକଣା ଲାଗୁ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଏହି ସମୟରେ ମେଲବୋର୍ଣ୍ଣରେ କଟକଣାକୁ ଅଧିକ କଡାକଡି କରାଯିବା ନେଇ ଜଣା ପଡିଛି ।

ଏନେଇ ଭିକ୍ଟୋରିଆନ ପ୍ରିମିୟର ଡାନିଏଲ ଆଣ୍ଡ୍ରିୟୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଏହି କଟକଣା ସବୁ ସର୍ବନିମ୍ନ 6 ସପ୍ତାହ ଅର୍ଥାତ୍‌ ସେପ୍ଟେମ୍ବର 13 ଯାଏଁ ବଳବତ୍ତର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏହା ଏତେ ମାତ୍ରାରେ ବଢି ଯାଇଛି କି ଘରକୁ ଘର ବୁଲି ଏହାକୁ ସନ୍ଧାନ କରାୟାଇପାରୁ ନାହିଁ । ଏହିକ୍ରମରେ ରାଜ୍ୟରେ ଗତ 24 ଘଣ୍ଟାରେ 671ଟି ମାମଲା ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତ ସଂଖ୍ୟା 11,557ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ 6322ଟି ମାମଲା ଏବେ ବି ସକ୍ରିୟ ରହିଛି ।

ସେହିପରି ଭାବେ ଗତ 24 ଘଣ୍ଟା ମଧ୍ୟରେ 7 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ 123ରେ ପହଞ୍ଚିଛି । ଏପରି ସ୍ଥିତିକୁ ନଜରରେ ରଖି ଡାନିଏଲ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ କହିଛନ୍ତି କି କୋରୋନାକୁ ମାତ ଦେବା ପାଇଁ ଚେଷ୍ଟାକୁ ଆହୁରି ମଜଭୂତ କରିବାକୁ ହେବ ଏବଂ ଲଗାତାର ଚେଷ୍ଟା କରିବାକୁ ପଡିବ । ଏଥିପାଇଁ ରାଜ୍ୟରେ କଟକଣା ସହିତ ରାତି 8ଟାରୁ ଭୋର 5ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଓ ମେଡିକାଲ ସୁବିଧା କାରଣରୁ ଘରୁ ବାହାରିବାକୁ ଅନୁମତି ମିଳିବ ।

ଏହି ସମୟରେ ନାଗରିକଙ୍କୁ ଷ୍ଟେ ଆଟ୍‌ ହୋମ ଅର୍ଡର ଦିଆଯାଇଛି । ଯାହା ସୋମବାର ମଧ୍ୟରାତ୍ରରୁ ଲାଗୁ ହେବ । ତେବେ ସମଗ୍ର ଅଷ୍ଟ୍ରେଲିଆରେ ବର୍ତ୍ତମାନ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 17,282ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 10,201ରେ ପହଞ୍ଚି ।

@IANS

ABOUT THE AUTHOR

...view details