ସିଡନୀ: କୋରୋନା ମହାମାରୀ ପାଇଁ ବଡ ପଦକ୍ଷେପ ନେଲା ଅଷ୍ଟ୍ରେଲିଆ । ଦୀର୍ଘ 100 ବର୍ଷ ପରେ ପୁଣି ବନ୍ଦ କଲା ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା । କୋରୋନା ସଂକ୍ରମଣ ବିସ୍ତାର ରୋକିବାକୁ ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସୀମାକୁ ବନ୍ଦ ରଖାଯାଇଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ଭିକ୍ଟୋରିଆ ପ୍ରିମିୟର ଡାନିଏଲ ଆଣ୍ଡ୍ରିୟୁ ।
ତୀବ୍ର ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ଆସନ୍ତା ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସୀମାକୁ ବନ୍ଦ କରାଯାଇଛି । ନ୍ୟୁ ସାଉଥ ୱେଲ ସୀମାକୁ 100 ବର୍ଷ ପରେ ପ୍ରଥମ ଥର ଏହାକୁ ବନ୍ଦ କରାଯାଇଛି । ଶେଷ ଥର ପାଇଁ 1919 ସ୍ପାନିସ ଫ୍ଲୁ ବେଳେ ଏହି ସମାନ ଢଙ୍ଗରେ ସୀମା ସିଲ କରାଯାଇଥିଲା।