ଓଡିଶା

odisha

ETV Bharat / international

ମହାମାରୀରେ ୟେମେନର 2.4 ମିଲିୟନ ଶିଶୁଙ୍କୁ ମିଳୁନି ଖାଦ୍ୟ: ୟୁନିସେଫ - ୟେମେନରେ କୋରୋନା ପ୍ରଭାବ

ୟେମେନରେ ଆବଶ୍ୟକୀୟ ସାମଗ୍ରୀର ଅଭାବ ଓ ରୋଜଗାରର ଅଭାବ ଯୋଗୁଁ ଶିଶୁମାନେ ଖାଦ୍ୟାଭାବ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ତେବେ ଯଦି ଏପରି ସ୍ଥିତି ଲାଗି ରୁହେ ତେବେ ଆଗାମୀ 6 ମାସ ମଧ୍ୟରେ ପ୍ରାୟ 30,000 ୟେମେନର ଶିଶୁମାନେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ବା ଅପପୁଷ୍ଟିରେ ପୀଡିତ ହେବେ ।

malnutrition in yemen, health disaster in yemen, corona effect in yemen, unicef report on yemen, ୟେମେନରେ ଅପପୁଷ୍ଟି, ୟେମେନରେ ସ୍ବାସ୍ଥ୍ୟ ସଙ୍କଟ, ୟେମେନରେ କୋରୋନା ପ୍ରଭାବ, ୟେମେନ ଉପରେ ୟୁନିସେଫ ରିପୋର୍ଟ
ମହାମାରୀରେ ୟେମେନର 2.4 ମିଲିୟନ ଶିଶୁଙ୍କୁ ମିଳୁନି ଖାଦ୍ୟ: ୟୁନିସେଫ

By

Published : Jun 29, 2020, 9:57 AM IST

ସାନା: ୟେମେନ ଉପରେ ଭାରି ପଡିବାରେ ଲାଗିଛି କୋରୋନା ମହାମାରୀ । ଯୁଦ୍ଧରୁ ମୁକ୍ତି ପରେ ୟେମେନର ସ୍ବାସ୍ଥ୍ୟ ସୁବିଧା ଓ ଆର୍ଥିକ ଅବସ୍ଥା ନଇଁ ପଡିଥିବା ବେଳେ କୋରୋନା ମାଡରେ ଆଣ୍ଠେଇବାକୁ ବସିଛି ୟେମେନ । ୟୁନିସେଫ ଦ୍ବାରା ନିକଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୟେମେନରେ କୋରୋନା ମହାମାରୀ ପରେ ପ୍ରାୟ 2.4 ମିଲିୟନ 5ବର୍ଷରୁ କମ୍‌ ଶିଶୁ ଅନାହାର ଦେଇ ଗତି କରୁଛନ୍ତି ।

ୟେମେନରେ ଆବଶ୍ୟକୀୟ ସାମଗ୍ରୀର ଅଭାବ ଓ ରୋଜଗାରର ଅଭାବ ଯୋଗୁଁ ଶିଶୁମାନେ ଖାଦ୍ୟାଭାବ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ତେବେ ଯଦି ଏପରି ସ୍ଥିତି ଲାଗି ରୁହେ ତେବେ ଆଗାମୀ 6 ମାସ ମଧ୍ୟରେ ପ୍ରାୟ 30,000 ୟେମେନର ଶିଶୁମାନେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ବା ଅପପୁଷ୍ଟିରେ ପୀଡିତ ହେବେ । ୟେମେନରେ ଖାଦ୍ୟ ସୁରକ୍ଷା ଅପହଞ୍ଚ ଥିବା ବେଳେ ଅଧାରୁ ଅଧିକ ସ୍ବାସ୍ଥ୍ୟ ସେବା ଅକର୍ମଣୀୟ ହୋଇ ବନ୍ଦ ପଡି ରହିଛି । ନା ଅଛି ଔଷଧର ସୁବିଧା ନା ସେବା ଯୋଗାଇବା ପାଇଁ ଅଛନ୍ତି ପର୍ଯ୍ୟାପ୍ତ କର୍ମୀ ।

ଏନେଇ ୟୁନିସେଫରେ ୟେମେନର ପ୍ରତିନିଧିତ୍ବ କରୁଥିବା ସାରା ବେସୋଲୋ କହିଛନ୍ତି କି ଯଦି ବର୍ତ୍ତମାନ ସମୟରେ ୟେମେନରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦିଆଯାଏ, ତେବେ ଆଗକୁ ଯାଇ ଆର୍ଥିକ, ସ୍ବାସ୍ଥ୍ୟଗତ ଓ ଗମ୍ଭୀର ସମସ୍ୟା ଦେଇ ଗତି କରୁଥିବା ଦେଶ ପାଇଁ ଶିଶୁଙ୍କ ଯତ୍ନ ଆବଶ୍ୟକୀୟ ନୁହେଁ ବୋଲି ବିଶ୍ବ ଦରବାରରେ କୁହାଯିବ । ସେପଟେ ୟେମେନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ୟୁନିସେଫ ଦୁଇଟି ଫଣ୍ଡ ଆରମ୍ଭ କରିଛି । ଗୋଟିଏ ହେଉଛି ମୌଳିକ ସୁବିଧା ଯୋଗାଣକାରୀ ଫଣ୍ଡ, ଅନ୍ୟଟି ହେଉଛି କୋରୋନା ସହ ମୁକାବିଲା ପାଇଁ ଫଣ୍ଡ ।

ମୌଳିକ ସୁବିଧା ପାଇଁ 461 ମିଲିୟନ ଡଲାରର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର 39 ପ୍ରତିଶତ ଅର୍ଥ ସଂଗ୍ରହ ହୋଇପାରିଛି । ସେପଟେ କୋରୋନା ମୁକାବିଲା ପାଇଁ ଅତ୍ୟଧିକ 53 ମିଲିୟନ ଡଲାର ମଧ୍ୟରୁ ଏଯାବତ୍‌ ମାତ୍ର 10 ପ୍ରତିଶତ ଅର୍ଥ ସଂଗ୍ରହ କରାଯାଇପାରିଛି । ୟୁନିସେଫର ଅନ୍ୟ ଏକ ରିପୋର୍ଟ ମୁତାବକ ୟେମେନରେ 9.58 ମିଲିୟନ ଶିଶୁଙ୍କୁ ପାନୀୟ ଜଳ ମିଳୁନଥିବା ବେଳେ 7.8 ମିଲିୟନ ଶିଶୁ ଶିକ୍ଷାରୁ ବଞ୍ଚିତ । ସେପଟେ ପ୍ରାୟ 3487ଜଣ ଶିଶୁ ଗତ 5 ବର୍ଷ ହେବ ୟେମେନ ସେନା କ୍ୟାମ୍ପରେ ସହଯୋଗୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ୟେମେନରେ କୋରୋନା ଆକ୍ରାନ୍ତ ସଂଖ୍ୟା 1076 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 288 ରେକର୍ଡ କରାଯାଇଛି ।

@IANS

ABOUT THE AUTHOR

...view details