ଓଡିଶା

odisha

ଇରାକରେ ଥିବା ଆମେରିକା ଦୂତାବାସ ନିକଟରେ ଡ୍ରୋନ ଆକ୍ରମଣ

ଉତ୍ତର ଇରାକ ସହରରେ ଥିବା ଆମେରିକାର ଦୂତାବାସ ନିକଟରେ ଅବସ୍ଥିତ ଆର୍ବିଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ । ଇରାକରେ ଥିବା ଇରାନ ସମର୍ଥକ ବାହିନୀଙ୍କୁ ଏଥିପାଇଁ ଦାୟୀ କଲା ଆମେରିକା । ଅଧିକ ପଢନ୍ତୁ...

By

Published : Sep 12, 2021, 10:25 AM IST

Published : Sep 12, 2021, 10:25 AM IST

ଇରାକରେ ଥିବା ଆମେରିକାର ଦୂତାବାସ ନିକଟରେ ସଶସ୍ତ୍ର ଡ୍ରୋନ ମାଡ
ଇରାକରେ ଥିବା ଆମେରିକାର ଦୂତାବାସ ନିକଟରେ ସଶସ୍ତ୍ର ଡ୍ରୋନ ମାଡ

ବାଗଦାଦ: ଉତ୍ତର ଇରାକ ସହରରେ ଥିବା ଆମେରିକାର ଦୂତାବାସ ନିକଟରେ ଅବସ୍ଥିତ ଆର୍ବିଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ ଆକ୍ରମଣ । କୁର୍ଦ୍ଦିସ ସୁରକ୍ଷା ବାହିନୀ ଶନିବାର ଏନେଇ ସୂଚନା ଦେଇଛି । ଦୁଇଟି ସଶସ୍ତ୍ର ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ଜିହାଦୀ ବିରୋଧୀ ସୈନ୍ୟମାନଙ୍କ ଏକ ମିଳିତ ବାହିନୀର ନିର୍ଦ୍ଦେଶକ ଅହମ୍ମଦ ହୋଚିଆର୍ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିବା କହିଛନ୍ତି । ଆଜି(ରବିବାର) ସକାଳେ ଜଣେ AFP ସମ୍ବାଦଦାତା ଖୁବଜୋରରେ ଦୁଇଟି ବିସ୍ଫୋରଣ ଶୁଣିବାକୁ ପାଇଥିଲେ । ଏହାପରେ ଆକାଶରେ କଳା ଧୂଆଁ ବ୍ୟାପିଯିବା ସହ ଆମେରିକାର ଦୂତାବାସ ଚାରିପାଖରେ ସାଇରନ୍ ବାଜୁଥିବା ଶୁଣିବାକୁ ପାଇଥିଲେ ।

ଘଟଣା ପରେ ସୁରକ୍ଷା ବାହିନୀ ବିମାନବନ୍ଦର ଅଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦେଇଛି । ଇରାକରେ ଆମେରିକାର ସୈନ୍ୟ ଓ ସମର୍ଥକଙ୍କୁ ଟାର୍ଗେଟ କରି ଏହି ପ୍ରକାରର ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ଯଦିଓ ଏନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି କିନ୍ତୁ ଇରାକରେ ଥିବା ଇରାନ ସମର୍ଥକ ବାହିନୀଙ୍କୁ ଏଥିପାଇଁ ଦାୟୀ କରିଛି ଆମେରିକା ।

@ANI

ABOUT THE AUTHOR

...view details