ଓଡିଶା

odisha

ETV Bharat / international

ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା; 11 ମୃତ, 98 ଯାତ୍ରୀ ଆହତ - ଲାଇନଚ୍ୟୁତ

ଇଜିପ୍ଟର ରାଜଧାନୀ କାଇରୋରେ ଘଟିଛି ଭୟଙ୍କର ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 97 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା
ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା

By

Published : Apr 19, 2021, 7:11 AM IST

କାଇରୋ: ଇଜିପ୍ଟର ରାଜଧାନୀ କାଇରୋର ଉତ୍ତରରେ ଥିବା ଡେଲଟା ସହରରେ ଘଟିଛି ଭୟଙ୍କର ଟ୍ରେନ ଦୁର୍ଘଟଣା । ରବିବାର ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 98 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏନେଇ ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା

ଜିନୁହା ନାମକ ନ୍ୟୁଜ ଏଜେନ୍ସିର ରିପୋର୍ଟ ମୁତାବକ, ଘଟଣାସ୍ଥଳକୁ ମୋଟ 58 ଆମ୍ବୁଲାନ୍ସ ପଠାଯାଇଛି ଏବଂ ଆହତମାନଙ୍କୁ ଉଦ୍ଧାର କରାଯାଇ 3ଟି ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡିଛି।

ଇଜିପ୍ଟର ପରିବହନ ମନ୍ତ୍ରଣାଳୟ କହିଛି ଯେ, ମାନସୁରା ସହରରୁ କାଇରୋକୁ ଆସୁଥିବା ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହେବା ପରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାର ତଦନ୍ତ ଚାଲିଛି । ପୂର୍ବରୁ 2003ରେ ହୋଇଥିବା ଇଜିପ୍ଟରେ ଟ୍ରେନ୍ ଦୁର୍ଘଟଣାରେ 300 ଜଣଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details