ଓଡିଶା

odisha

ETV Bharat / international

ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂକମ୍ପ ଝଟକା

ଇଣ୍ଡୋନେସିଆର ସୁମାତ୍ରାରେ ୬.୧ ତୀବ୍ରତାର ଏକ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଅଧିକ ପଢନ୍ତୁ...

By

Published : Aug 3, 2021, 8:04 AM IST

ଇଣ୍ଡୋନେସିଆରେ ୬.୧ ତିବ୍ରତାର ଭୂକମ୍ପ  ଝଟକା
ଇଣ୍ଡୋନେସିଆରେ ୬.୧ ତିବ୍ରତାର ଭୂକମ୍ପ ଝଟକା

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ଇଣ୍ଡୋନେସିଆର ସୁମାତ୍ରାରେ ୬.୧ ତୀବ୍ରତାର ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଇଣ୍ଡୋନେସିଆ ସେସେମୋଲୋଜିର ସୂଚନା ଅନୁଯାୟୀ ସୁଣ୍ଡା ମେଗାଥ୍ରଷ୍ଟ ଓ ଏହାର ଗ୍ରେଟ୍ ସୁମାତ୍ରା ଫାଲ୍ଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଏହାର କେନ୍ଦ୍ରସ୍ଥଳ ସୁମାତ୍ରାର ପଶ୍ଚିମ ଉପକୂଳରୁ ସୁଣ୍ଡା ପ୍ଲେଟ ମଧ୍ୟବର୍ତ୍ତୀ ଅଞ୍ଚଳ ତଥା ଉପସାଗରୀୟ ଅଞ୍ଚଳ ୟୁରୋପୀୟ-ଭୂ ମଧ୍ୟସାଗରୀୟ ପର୍ଯ୍ୟନ୍ତ ଅନୂଭୁତ ହୋଇଥିବା ସ୍ପଟନିକ୍ ରିପୋର୍ଟ କରିଛି । ଏହା ବାଦ ଅଷ୍ଟ୍ରେଲିଆ ଭୂମଧ୍ୟ ସାଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ପ୍ରଭାବ ପଡିଥିବା ଜାକାର୍ତ୍ତା ଗଣମାଧ୍ୟମ ଖବର ପ୍ରସାରଣ କରିଛି ।

ତେବେ ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ସ୍ଥାନଟି ଭାରତ ମହାସାଗରର ମେଣ୍ଟାୱାଇ ଦ୍ୱୀପପୁଞ୍ଜ ନିକଟ ସୁଙ୍ଗାଇ ପେନୁହ ସହର ଠାରୁ ୧୯୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଏହାର କେନ୍ଦ୍ରସ୍ଥଳ ୪୦ କିଲୋମିଟର ବ୍ୟାସାର୍ଦ୍ଧ ହୋଇଥିବା କହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ସେହିପରି ଭୂମିକମ୍ପ ପରେ ସୁନାମି ନେଇ କୌଣସି ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ ।

@ANI

ABOUT THE AUTHOR

...view details